‘ନୂଆ-ଓ’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସମ୍ମନ୍ୱିତ ଯୁବ ଉତ୍ସବ ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ୬ ତାରିଖଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କର ନୂଆ-ଓ ଯୋଜନା ଅନ୍ତର୍ଗତ ସମ୍ମନିତ ଯୁବ ବିକାଶ ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ସୋମବାର ଉଦ୍‌ଯାପିତ ହୋଇଯାଇଛି । ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ଶୈଳେଶ କୁମାର ନାୟକକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ବୀରମହରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଏବଂ ଅତିରିକ୍ତ ଆରକ୍ଷୀ ଅଧିକାରୀ ପ୍ରମୁଖ ଯୋଗଦେଇ ରାଜ୍ୟରେ ଯୁବ ଶକ୍ତିଙ୍କ ସୃଜନାଶୀଳତାର ବିକାଶ ସହିତ ଆତ୍ମବିଶ୍ୱାସକୁ କିପରି ତ୍ୱରାନ୍ୱିତ ଓ ସଶକ୍ତ କରାଯାଇପାରିବ ଉଦ୍‌ବୋଧନ ଦେଇଥିଲେ । ପୁନଶ୍ଚ ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ଯୁବ ଶକ୍ତି ନିମନ୍ତେ ଉତ୍କୃଷ୍ଠ ମଞ୍ଚ ବୋଲି ଅତିଥିମାନେ କହିବା ସହ ଅନୁଷ୍ଠାନର ଛାତ୍ରଛାତ୍ରୀ ଏହାର ସୁବିନିଯୋଗ କରିବା ଉପରେ ଦିଗଦର୍ଶନ ଦେଇଥିଲେ । ପରେ ପରେ ନୂଆ – ଓ ପରିପ୍ରେକ୍ଷୀରେ ଯୁବକ ଯୁବତୀମାନଙ୍କ ନିମନ୍ତେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଭାଗୀଙ୍କୁ ଅତିଥି ବୃନ୍ଦ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ପ୍ରତିଯୋଗିତାର ପ୍ରଥମ ସ୍ଥାନରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜିଲ୍ଲାସ୍ତରୀୟ ନୂଆ-ଓ ଫେଷ୍ଟ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କର ସୃଜନଶୀଳତାକୁ ଆହୁରି ପରିସ୍ଫୁଟ କରିବାକୁ ସୁଯୋଗ ପାଇପାରିବେ । ପରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.