ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଖାନମୁଣ୍ଡା ଗାଁର ଟିକମନ ମାଝି ଭତ୍ତା ପାଉଥିବା ୮୪ ବର୍ଷ ବୟସର ବୃଦ୍ଧ । ହେଲେ ଆଜକୁ ପ୍ରାୟ ବର୍ଷେ ହେଲାଣି ଭତ୍ତା ପାଇପାରୁ ନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ୱାର୍ଡ ମେମ୍ବରଙ୍କଠାରୁ ଆରମ୍ଭ କରି ପିଇଓ, ଇଓ, ସରପଞ୍ଚ ଏବଂ ବିଡିଓଙ୍କୁ ଗୁହାରି କରିଥିଲେ ସୁଦ୍ଧା ଏଯାଏଁ ସେ ବାର୍ଦ୍ଧକ୍ୟ ଭତ୍ତା ପାଇପାରୁ ନଥିବା ଅଭିଯୋଗ କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.