
ଖୋର୍ଦ୍ଧା : ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବ ପୀଠ, ହାଟବରଡି, ଖୋର୍ଦ୍ଧା ଭୁବନେଶ୍ୱର ଠାରେ ଆୟୋଜିତ ବିଶ୍ଵଶାନ୍ତି ମହାଯଜ୍ଞରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଖୋର୍ଦ୍ଧା, ଭୁବନେଶ୍ୱର ତରଫରୁ ଆଧ୍ୟାତ୍ମିକ ଆଲୋଚନା ଚକ୍ର, ପୁସ୍ତକ ମେଳା, ଅଙ୍ଗଦାନ ସଚେତନତା ଶିବିର, ପାନୀୟଜଳ ଯୋଗାଣ କେନ୍ଦ୍ର,ଭଜନ ସମାରୋହ ଆଦି କାର୍ୟ୍ୟକ୍ରମକୁ ଉଦ୍ଘାଟକ ଭାବେ ଯୋଗ ଦେଇ ପୂର୍ବତନ ସାଂସଦ, ବରିଷ୍ଠ କବି ତଥା ନିଶିଗନ୍ଧାର ମାର୍ଗଦର୍ଶକ ପ୍ରଫେସର ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମଗ୍ର ବିଶ୍ବ କରୋନା ଭଳି ମହାମାରୀ ଆତଙ୍କରେ ଯେଭଳି ଆତଙ୍କିତ ସେହି ସମୟରେ ଏଭଳି ଆଧ୍ୟାତ୍ମିକ ଚିନ୍ତା ଚେତନା ପାଇଁ ବିଶ୍ଵଶାନ୍ତି ମହାଯଜ୍ଞ ଅତ୍ୟନ୍ତ ଗୁରୁତ୍ବ ବହନ କରେ ଓ ଏଭଳି କାର୍ୟ୍ୟକ୍ରମ ସମଗ୍ର ବିଶ୍ଵରେ କରାଯିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ । ଗ୍ରାମବାସୀଙ୍କ ଏଭଳି ଚିନ୍ତାଧାରା ଓ କାର୍ୟ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଗ୍ରାମରେ ଥିବା ବିଭିନ୍ନ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ବିଧାୟକଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟଅତିଥି ଭାବେ ପଣ୍ଡିତ ନାରାୟଣ ରଥ, ସଙ୍ଗୀତ ନିର୍ଦ୍ଦେଶକ ଯୋଗ ଦେଇ
ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଧ୍ୟାତ୍ମିକ ମାର୍ଗ ହିଁ ଏକମାତ୍ର ଶ୍ରେଷ୍ଠ ମାର୍ଗ ବୋଲି କହିଥିଲେ । ନିଶିଗନ୍ଧାର ପ୍ରତିଷ୍ଠାତା ବଳରାମ ତରାଇ, ସମ୍ପାଦିକା ସରସ୍ବତୀ ନାୟକ, ମୁଖ୍ୟବକ୍ତା ଡଃ ପ୍ରଭାତ ନଳିନୀ ମିଶ୍ର, ସମ୍ମାନିତ ଅତିଥି ତେଜସ୍ବିନୀ ରଥ,ଲେଖକ ଓ କଳାକାର, ଲିଙ୍ଗରାଜ ଚିନି ଲେଖକ, ଦୁର୍ଗାପ୍ରସାଦ ନାୟକ, ଅକ୍ଷୟ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ବିଶ୍ଵଶାନ୍ତି ମହାଯଜ୍ଞ କମିଟିର ସଭାପତି ସାରଙ୍ଗଧର ବିଶ୍ବାଳ, ସମ୍ପାଦକ ଭରତ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ରାମ ତରାଇ, ସହଯୋଗୀ କର୍ମୀ ମକରା ସବୁଦ୍ଧି, ନାରାୟଣ ସାହୁ, କାଶୀନାଥ ବିଶ୍ବାଳ,ପଙ୍କଜ ସାହୁ, ଜନ୍ ବିଶ୍ବାଳ ପ୍ରମୁଖ ଯୋଗ ଦେଇ ନିଶିଗନ୍ଧାର ଏଭଳି ମହତ ପୂର୍ଣ୍ଣ କାର୍ୟ୍ୟରେ ସହଯୋଗ କରିଥିବାରୁ ମାର୍ଗଦର୍ଶକ, ପ୍ରତିଷ୍ଠାତା ଓ ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ୟ୍ୟକ୍ରମ ଆସନ୍ତା ୨୮ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।