ସଡ଼କ ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବେଳଗାଁର ବୈଷ୍ଣବ ଭୋଇଙ୍କ ସଡ଼କ ଦୃଘଟଣାରେ ମୃତ୍ୟୁ ହୋଇଛି । ବେଲଗାଁ ଫାଣ୍ଡିର କାର୍ୟ୍ୟରତ କନଷ୍ଟେବଳ ହେମନ୍ତ ସାହୁଙ୍କ ସାଙ୍ଗରେ ବୈଷ୍ଣବ କୈ।ଣସି ଏକ କାମ ପାଇଁ ଘୁନସର ଗାଁକୁ ଯାଇ ଫେରୁଥିବା ବେଳେ ଉଲ୍‌ବା ଛକ ନିକଟରେ ସେମାନଙ୍କ ବାଇକ ରାସ୍ତା ତଳକୁ ଖସି ଯାଇଥିଲା । କିନ୍ତୁ ହେମନ୍ତ ବଞ୍ଚି ଯାଇଥିବା ବେଳେ ବୈଷ୍ଣବଙ୍କ ଜୀବନ ଘଟଣା ସ୍ଥଳରେ ହିଁ ଚାଲିଗଲା । ଖବର ପାଇବା ପରେ ବେଲଗାଁ ଫାଣ୍ଡି ଅଧିକାରୀ ଓ ସଇଁନ୍ତଲା ଥାନା ଅଧିକାରୀ ଆସି ଘଟଣା ସମ୍ପର୍କରେ ତଦନ୍ତ କରିଛନ୍ତି ।

Leave A Reply

Your email address will not be published.