ls

ପାରାଦୀପର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

sb

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ମହାନ ସ୍ୱାଧୀନତା ସଂଗ୍ରାମୀ ଓଡିଶା ମାଟିର ବରପୂତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାରାଦୀପର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ପାରାଦୀପର ବିଜୁ ପଟ୍ଟନାୟକ ମେମୋରିଅଲ ଟ୍ରଷ୍ଟ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଏକ ଆଲୋଚନା ଚକ୍ର ଟ୍ରଷ୍ଟ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟ ର ସାଧାରଣ ସଂପାଦକ ତଥା ପୂର୍ବତନ ନଗରପାଳ ବସନ୍ତ ବିଶ୍ୱାଲଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ସମାରୋହରେ ଅବସରପ୍ରପ୍ତ ପ୍ରଧାନ ଶିକ୍ଷକ ମନୋରଇଜନ ଦାସ, ପାରାଦୀପ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଅକ୍ଷୟ ଚନ୍ଦ୍ର ମିଶ୍ର, ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ, ପାରାଦୀପ ନଗର ବିଜେଡିର କାର୍ଯ୍ୟକାରୀ ସଭାପତି କୁମରବର ନାୟକ, ଉଲ୍ଲସ ବିଶ୍ୱାଲ, ସାଧାରଣ ସଂପାଦକ ଶଂକର ପ୍ରସାଦ ରାଉତ ଯୋଗ ଦେଇଥିଲେ । ସମାରୋହକୁ ପରିଚାଳନା କରିଥିଲେ ଯୁବ ବିଜେଡି ସଭାପତି ଆଲୋକ କୁମାର ମହାପାତ୍ର । ସେହିପରି ବଡପଡିଆର ସର୍ବପୁରାତନ ଜ୍ୟୋତି ମହିଳା ସମିତି ପକ୍ଷରୁ ମହିଳା ସମିତିର ବାର୍ଷିକୋତ୍ସବ ଓ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । କ୍ଲବର ସଭାନେତ୍ରୀ ପୁଷ୍ପାଂଜଳୀ ମିଶ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ପୂର୍ବତନ ପାରିଷଦ ମାନସ ରଂଜନ ବିଶ୍ୱାଲଙ୍କ ସମେତ ପାରାଦୀପ ଲେଡିଜ୍‌ କ୍ଳବର ସଦସ୍ୟା ମାନେ ଯୋଗ ଦେଇ ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରିୟତମା ଦାସ, ଲିପିକା ସାହୁ, ମୋନାଲିସା ସାହୁ ପରିଚାଳନା କରିଥିଲେ । ସେହିପରି ନେତାଜୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବଡପଡିଆସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେତାଜୀ ମେମୋରିଆଲ ଟ୍ରଷ୍ଟର ସାଧାରଣ ସଂପାଦକ ପବିତ୍ର ମିଶ୍ର ପୌରଦିତ୍ୟ କରିଥିଲେ । ଟ୍ରଷ୍ଟର ସଭାପତି ରାକେଶ ପଟ୍ଟନାୟକ, ପୂର୍ବତନ ନଗରପାଳ ବସନ୍ତ ବିଶ୍ୱାଲ, ନାରୀ ନେତ୍ରୀ ସବିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

pc pk
Leave A Reply

Your email address will not be published.