oom

ହୀରାକୁଦସ୍ଥିତ ହିଣ୍ଡାଲକୋରୁ ନିଶୃତ ଫ୍ଲୋରାଇଡ୍ ଗ୍ୟାସ୍ ନିକଟସ୍ଥ ଶହ ଶହ ଏକର ଚାଷକୁ ଜାଳି ଦେଉଛି

jsmm

ସମ୍ବଲପୁର, (ଦାମୋଦର ପଣ୍ଡା) : ହୀରାକୁଦସ୍ଥିତ ହିଣ୍ଡାଲକୋରୁ ନିଶୃତ ଫ୍ଲୋରାଇଡ୍ ଗ୍ୟାସ୍ ନିକଟସ୍ଥ ୨୫୦ ଏକର ଚାଷକୁ ଜାଳି ଦେଉଛି, ଏହା କେବଳ ଏଇ ବର୍ଷର ସମସ୍ୟା ନୁହେଁ,୨୦୦୩ ରୁ ପ୍ରତିବର୍ଷର ଘଟଣା। ଏନ୍‌ଜିଟି.ର ସ୍ପଷ୍ଟ ନିର୍ଦ୍ଦେଶ କଂପାନୀ ଶୁଣୁନୁହେଁ ବୋଲି କ୍ଷତିଗ୍ରସ୍ତ ଚାଷୀମାନେ ସର୍ଭେ ପାଇଁ ଆସିଥିବା ଟିମକୁ ପ୍ରଶ୍ନ କରିଥିଲେ। ପ୍ରତି ବର୍ଷ ସର୍ଭେ ହେଉଛି, ରିପୋର୍ଟ ଯାଉଛି, ମାତ୍ର ଫଳ କିଛି ନାହିଁ ବୋଲି ଚାଷୀମାନେ ପ୍ରବଳ ପାଟି ତୁଣ୍ଡ କରିଥିଲେ।
ସୂଚନାଯୋଗ୍ୟ ଯେ, ହିଣ୍ଡାଲକୋ ନିକଟସ୍ଥ ଡେଙ୍ଗିମଚା, ଗୁଣ୍ଡୁରୁପଡା, ନୂଆ ଗୁଜାତର, ସାପ ଲହରା, ନୂଆ ଜାମାଡାର ୨୫୦ ଏକର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ନେଇ ସର୍ଭେ ଚାଲିଛି । ଟିମରେ ଓୟୁଏଟି, ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ, ରାଜସ୍ୱ ଓ କୃଷି ବିଭାଗର ଉଚ୍ଚସ୍ତରୀୟ ପ୍ରତିନିଧି ଅଛନ୍ତି।
ଅପରପକ୍ଷରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ ଘଟଣାସ୍ଥଳରେ ପହଞ୍ଚି କ୍ଷତଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଏନ୍‌ଜିଟି.ର ନିର୍ଦ୍ଦେଶ ସତ୍ତେ୍ୱ ହିଣ୍ଡାଲକୋର ଆଚରଣ ବଦଳି ନ ଥିବାରୁ ପରିସ୍ଥିତି ପାଇଁ କମ୍ପାନୀ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି।

jittmm
Leave A Reply

Your email address will not be published.