ଅନଲାଇନ ନୁଆଁଖାଇ ଭେଟଘାଟ୍ ଅନୁଷ୍ଠିତ

ଗାଇସିଲେଟ, (କେପିଏନ୍‌ଏସ୍‌) : କୋଶଲ ଭାରତୀ ଓ କୋଶଲ ମାଟି ଫେସବୁକ ପେଜ୍ ର ମିଲିତ ଆନୁକୂଲ୍ୟରେ ଅଗଷ୍ଟ ୩୦ ରବିବାର ସନ୍ଧ୍ୟାରେ ଅନଲାଇନ ନୁଆଁଖାଇ ଭେଟଘାଟ୍ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ କଳାକାର ଆଦିତ୍ୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମଞ୍ଚ କଲାକାର ଓ ପ୍ରବଚକ ଜଗଦାନନ୍ଦ ମିଶ୍ର ଏବଂ ସମ୍ମାନିତ ଅତିଥି ଥିଲେ ମଞ୍ଚ କଳାକାର ଗୋପାଳ ପଣ୍ଡା । ପେଜ୍ ପରିଚାଲକ ତଥା ମଞ୍ଚ କଲାକାର ସଂପଦ କୁମାର ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହା କଣ୍ଠଶିଳ୍ପୀ ସ୍ୱାତୀ ସୁମନ ମହାପାତ୍ରଙ୍କ ଦ୍ଵାରା ପାରମ୍ପରିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ସମସ୍ତ ଅତିଥିବୃନ୍ଦ ନିଜସ୍ୱ ଅଭିଭାଷଣରେ ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଉପରେ ଗୁରୁତ୍ୱ ଆରୋପ କରିବା ସହ ଆମର ମହାନ ପରଂପରା ଓ ସଂସ୍କୃତିକୁ ବଞ୍ଚାଇରଖିବାକୁ ସମସ୍ତେ ଆଗଭର ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।
ଦିଲ୍ଲିପ କୁମାର ସରାପଙ୍କ ଦ୍ୱାରା ସଂପାଦିତ ଏହି କାର୍ୟ୍ୟକ୍ରମରେ ଫିରୋଜ କୁମାର ପଟେଲ ସଂଯୋଜନା ଦାୟିତ୍ୱ ଗ୍ରହଣ କରିଥିଲେ ।
ଏହି କାର୍ୟ୍ୟକ୍ରମରେ ପଶ୍ଚିମ ଓଡିଶାର ଅନେକ ସୁନାମଧନ୍ୟ କଣ୍ଠଶିଳ୍ପୀ, ମଞ୍ଜ କଲାକାର ଓ କବିମାନେ ଅଂଶଗ୍ରହଣ କରିଥିଲେ । ଜଗଦାନନ୍ଦ ମିଶ୍ର, ଗୋପାଲ ପଣ୍ଡା, ଦେବେନ୍ଦ୍ର କନ୍ଧେର, ନବୀନ ଚନ୍ଦ୍ର ଷାଣ୍ଢ, ସଂପଦ ମେହେର, ଆଦିତ୍ୟ ପଣ୍ଡା, ନାରାୟଣ ସାହୁ, ଅଜୟ ସାହୁ ଆଦି ମଞ୍ଚ କଲାକାର ଅଭିନୟ ର ଜଲୱ। ଦେଖେଇ ଥିଲେ । କବି ଚନ୍ଦ୍ରାବତୀ ପାଣ୍ଡେ, ରାମପ୍ରସାଦ ବାଗ, ଶିବାନନ୍ଦ ବନଛୋର, ବିକାଶ ମେହେର, ବିଶ୍ବ ବନ୍ଦିତା ପୁରୋହିତ, ହେମନ୍ତ ଦାଶ,କେଦାର ନାଥ ସାହୁ, ତାପସ ସାହୁ,ସତ୍ୟଜିତ ପଶାୟତ ଆଦି କବି ସ୍ବରଚିତ କବିତା ପାଠ କରି ସମସ୍ତଙ୍କୁ ଭାବ ବିଭୋର କରିଦେଇଥିଲେ । ଗାଳ୍ପିକ ସଚ୍ଚିଦାନନ୍ଦ ପଧାନ ନୁଆଁଖାଇ ଉପରେ ମିନିଗଲ୍ପ ପାଠ କରିଥିଲେ । ସେହିପରି କଣ୍ଠଶିଳ୍ପୀ ମେଣ୍ଟାଲ ସୋନୁ, ସ୍ବାତୀ ସୁମନ ମହାପାତ୍ର, ସୋନୁ ପଣ୍ଡା ଓ ବିଶ୍ବ ବନ୍ଦିତା ପୁରୋହିତ ଆଦି ସ୍ବନାମଧନ୍ୟ କଣ୍ଠଶିଳ୍ପୀଙ୍କ ଗୀତ କାର୍ୟ୍ୟକ୍ରମକୁ ରସାଣିତ କରିଥିଲା । ଶେଷରେ ପୁସ୍ତମ ଯୁଆଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.