ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷାର ନିଷ୍ପତ୍ତି ହେବ ଆଜି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁପ୍ରିମକୋର୍ଟଙ୍କ ପକ୍ଷରୁ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଆସିବା ପରେ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କିପରି କରାଯାଇ ପାରିବ, ସେ ନେଇ ଆଲୋଚନା ହେବ । ଆଜି ଅପରାହ୍ନରେ ବସିବ ବୈଠକ । ଏଥିରେ ୧୧ଟି ବିଶ୍ୱବିଦ୍ୟାଳୟର କୁଳପତି ଏବଂ ପରୀକ୍ଷା ନିୟନ୍ତ୍ରକଙ୍କ ସହ ୧୯ଟି ସ୍ୱୟଂଶାସିତ ମହାବିଦ୍ୟାଳୟ ତଥା ୧୬ଟି ଅନୁଦାନପ୍ରାପ୍ତ ବେସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପରୀକ୍ଷା ନିୟନ୍ତ୍ରକ ସାମିଲ୍‌ ହେବାର କାର୍ଯ୍ୟକ୍ରମ ରହିଛି । ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ବୈଠକରେ ଭାଗ ନେବାକୁ ଥିବା ସମସ୍ତ ପଦାଧିକାରୀ ନିଜ ନିଜ ଜିଲ୍ଲାର ଓସ୍ୱାନ ଭବନର ଭିଡ଼ିଓ କନ୍‌ଫରେନ୍ସିଂ ହଲ୍‌ରେ ଉପସ୍ଥିତ ରହି ବୈଠକରେ ସାମିଲ୍‌ ହେବେ । ଏହି ବୈଠକ ପରେ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷାର ପୂର୍ଣ୍ଣାଙ୍ଗ ରୂପରେଖ ଛାତ୍ରଛାତ୍ରୀମାନେ ଜାଣି ପାରିବେ ବୋଲି ବିଶ୍ୱାସ କରାଯାଉଛି ।

Leave A Reply

Your email address will not be published.

1 × 4 =

error: Content is protected !!