ହୀରାକୁଦ ଜଳଭଣ୍ଡାରର ପଛୁଆ ଜଳରେ ଜଳବନ୍ଦୀ ଗାଁ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି, ଅନ୍ତରାଡି, ଘୁଘୁରାପାଲି ଗାଁରେ ଗତକାଲିଠାରୁ ହୀରାକୁଦ ଜଳଭଣ୍ଡାରର ପଛୁଆ ଜଳ ପ୍ରବେଶ ଯୋଗୁଁ ଗ୍ରାମବାସୀମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅମ୍ଭାଭୋନା ତହସିଲଦାର ସୀତା ରାମ ଭୋଇ ସେଠାରେ ଉପସ୍ଥିତ ରହି ଉଦ୍ଧାର ଓ ଆନୁସଂଗିକ ସୁବିଧା ଯୋଗାଇ ଦେଉଛନ୍ତି । ଏପର୍ଯ୍ୟନ୍ତ ୧୨୦ ଜଣ ଶିଶୁ, ବୃଦ୍ଧ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି । ଉକ୍ତ ଗ୍ରାମର ଗ୍ରାମବାସୀମାନେ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହୁଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ତହସିଲଦାର ଶ୍ରୀ ଭୋଇ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୨୪ ଘଣ୍ଟା ଅପପାତ ଯୋଗୁଁ ଛତିଶଗଡ଼ ଓ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ଫଳରେ ମହାନଦୀ ଉପର ମୁଣ୍ଡରୁ ଲକ୍ଷାଧିକ କ୍ୟୁସେକ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ।

Leave A Reply

Your email address will not be published.