oom

ଉପ ଜିଲ୍ଲାପାଳଙ୍କ ନାଗେନ୍‌ ଦର୍‌ହା ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଆଜି ପଦ୍ମପୁର ସହରାଂଚଳ ପାଇଁ ଉଦ୍ଦିଷ୍ଟ ଜଳ ଯୋଗାଣ ପ୍ରକଳ୍ପ ନାଗେନ୍‌ ଦର୍‌ହା ପରିଦର୍ଶନରେ ଯାଇ ଜଳ ଯୋଗାଣ ସଂକ୍ରାନ୍ତୀୟ ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ପଦ୍ମପୁର ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ୍ମନାଭ ମାଝୀଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି ପଦ୍ମପୁର ସହରାଞ୍ଚଳ ଜଳ ଯୋଗାଣର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପଦ୍ମପୁର ସହରାଞ୍ଚଳ ପାନୀୟ ଜଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ସହିତ ଆବଶ୍ୟକ ସ୍ଥଳେ ପାଇପ ମରାମତି, ନଳକୂପ ମରାମତି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ଉପଜିଲ୍ଲାପାଳ ଯେଉଁ ଅଞ୍ଚଳରେ ପାନୀୟ ଜଳ ଯୋଗାଣରେ କିଛି ଅସୁବିଧା ରହିଛି, ସେହି ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପାଣି ଯୋଗେଇ ଦେବାପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ଜଳ ଯୋଗାଣର ଫିଲ୍‌ଟର ପ୍ଲାଣ୍ଟ ସହିତ ଅନ୍ୟାନ୍ୟ ବ୍ୟବସ୍ଥାକୁ ନିରୀକ୍ଷଣ କରିଥିଲେ ।

jittmm
Leave A Reply

Your email address will not be published.