ଦୁର୍ଗାପୂଜା ପାଇଁ କଟକଣାରେ ପ୍ରଶାସନ ତତ୍ପର

ଟିଟିଲାଗଡ, (ଗୌରବ ଦର୍ଜୀ) : କୋରୋନା କଟକଣା ମଧ୍ୟରେ ଚାଲିଛି ଦୁର୍ଗାପୂଜା । ସାରା ଦେଶରେ କୋରୋନା ପାଇଁ କଟକଣା ମଧ୍ୟରେ ଦୁର୍ଗାପୂଜା ଚାଲିଛି । ଟିଟିଲାଗଡ ପ୍ରଶାସନ ଏଥିପ୍ରତି ସଜାଗ ଥିବା ଜଣାପଡିଛି । ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଟିଟିଲାଗଡର ସମସ୍ତ ଦୁର୍ଗାପୂଜା କମିଟିର ସଦସ୍ୟ ଓ କର୍ମକର୍ତ୍ତାମାନଙ୍କୁ ଡାକି କଟକଣା ବାବଦରେ କହିଥିବା ସହ ଆଇନ ଉଲଂଘନ କରୁଥିବା କମିଟି ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଥିଲେ । ଦୁର୍ଗାପୂଜା ମଣ୍ଡପରେ ପୂଜା ଆରମ୍ଭ ହେବା ଆଗରୁ ଟିଟିଲାଗଡ ଡିଏସପି ସୁରେନ୍ଦ୍ର ନାଥ ଶତପଥୀ ନିଜେ ଟିଟିଲାଗଡର ସବୁ ମଣ୍ଡପ ବୁଲି କଟକଣା ନିୟମ କିପରି ପାଳନ ହେଉଛି, ତାହାର ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା । ଆଜି ସନ୍ଧ୍ୟା ସମୟରେ ଟିଟିଲାଗଡ ତହସିଲଦାର ଆନନ୍ଦ ପଣ୍ଡା ଓ ଟିଟିଲାଗଡ ପୋଲିସର ଏସଆଇ ମନୋଜ ମୁଣ୍ଡା ସଦଳ ବଳେ ଟିଟିଲାଗଡର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ । ଏହା ସହିତ ନିର୍ଦ୍ଧାରିତ ସମୟ ସୋମବାର ଦିନ ୧୦ଟା ରୁ ୧୨ ଟା ସମୟରେ ଭସାଣି ଉତ୍ସବ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ପୂଜା କମିଟି ପ୍ରଶାସନର ସହଯୋଗ କରୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.