oom

ଯାଦବ ସମାଜ ପକ୍ଷରୁ ଜାତୀୟ ନେତାଙ୍କୁ ସମ୍ବର୍ଦ୍ଧନା : ସାମାଜିକ ଓ ରାଜନୀତି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଯାଦବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତ ଯୁବ ଯାଦବ ମହାସଭାର ସଭାପତି ଇଂ. ପ୍ରଦୀପ କୁମାର ବେହେରା ବଲାଙ୍ଗିର ଜିଲ୍ଲାଗସ୍ତରେ ଆସିଛନ୍ତି । ଏନେଇ ତାଙ୍କୁ ଜିଲ୍ଲା ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ଯାଦବ ଭବନ ପରିସରରେ ଜିଲା ଯାଦବ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ଜାତୀୟ ସ୍ତରର ସଭାପତି ଇଂ. ପ୍ରଦୀପ କୁମାର ବେହେରା ମୁଖ୍ୟ ଅତିଥି, ଉକ୍ରଳ ଯାଦବ ମହାସଭା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବେହେରା ମୁଖ୍ୟବକ୍ତା, ଯୁବ ଯାଦବ ମହାସଭାର ସାଧାରଣ ସମ୍ପାଦକ ଅମର ନାଏକ, ଉତ୍‌କଳ ଯାଦବ ମହାସଭାର ସଂଯୋଜକ ନନ୍ଦଲାଲ ୟାଦବ ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଯାଦବ ମହାସଭାର ପରମାନନ୍ଦ ହାତୀ, ଜିଲା ସଂଯୋଜକ ମନୋଜ କୁମାର ହାତୀ, ଜିଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସେଲମା, ପ୍ରକଳ୍ପ ଉକ୍ରଳ ଯାଦବ ମହାସଭା ଲକ୍ଷ୍ମଣ ବାଗ, ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ଉପଦେଷ୍ଟା ସତ୍ୟନାରାୟଣ ବାଗ ମଞ୍ଚାସୀନ ହୋଇଥିଲେ । ଜାତୀୟ ସ୍ତରର ନେତା ଶ୍ରୀ ବେହେରାଙ୍କ ବଲାଙ୍ଗିର ଜିଲ୍ଲା ଥିଲା ତାଙ୍କ ପ୍ରଥମ ଗସ୍ତ । ଏହା ସହ ଏହାରି ଭିତରେ ସେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲା ଗସ୍ତରେ ଯିବେ । ଯାଦବ ମାନଙ୍କୁ ସଙ୍ଗଠିତ କରିବା ସହ ସାମାଜିକ ଓ ରାଜନୈତିକରେ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ । ଯାଦବମାନଙ୍କର ସାମୁହିକ ବିକାଶ ଦିଗରେ ସମସ୍ତେ ଉଦ୍ୟେଗୀ ହେବାକୁ ମତ ଦେଇଥିଲେ । ବ୍ୟକ୍ତିତ୍ୱ ବିକାଶ କେବଳ ଶିକ୍ଷା ମାଧ୍ୟମରେ ହିଁ ସମ୍ଭବ । ତେଣୁ ପ୍ରତ୍ୟେକ ଯାଦବ ଉଚ୍ଚ ଶିକ୍ଷିତ ହେବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାକୁ ଦୋହରାଇଥିଲେ । ମୁଖ୍ୟଅତିଥି ଶ୍ରୀ ବେହେରାଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶନିବାର ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ୧୪ଟି ବ୍ଲକ, ପୌର ପରିଷଦ, ୩ଟି ଏନଏସିରୁ ପ୍ରତିନିଧି ମଣ୍ଡଳୀ ଏଥିରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଦିଲିପ ରାଜପଲିଆ, ଦିନେଶ ନାଗ, ହୃଷିକେଶ ବଗର୍ତ୍ତୀ, ଦମୟନ୍ତୀ ବାଗ, ଭଗବାନ ବଗର୍ତ୍ତୀ, ଅରବିନ୍ଦ ପରୁଆ, ବିନୋଦ କୁମାର କାଲସାଏ, ସଂଦୀପ ବାଗ, ମହେନ୍ଦ୍ର ବାଗ, ଗଙ୍ଗାଧର ହେର୍ଣ୍ଣା, ଖରତ କୁମାର ରାଉତ, ଅଷ୍ଟମୀ ବଗର୍ତ୍ତୀ, ପ୍ରଶାନ୍ତ ମହାକୁର, ଅକୁଳ ବଗର୍ତ୍ତୀ, ଅରକ୍ଷୀତ ଜୁଏଡଙ୍କ ସମେତ ଜିଲ୍ଲା ଯାଦବ ସମାଜର କାର୍ୟ୍ୟକର୍ତ୍ତା ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.