ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ କଲେ ସିଆରପିଏଫ ବାହିନୀ

ଝାଡ଼ଖଣ୍ଡ : ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ କରିଛ‌ନ୍ତି ଯବାନ । ଯବାନଙ୍କ କ୍ଷତି ଘଟାଇବା ପାଇଁ ଯବାନ କମ୍ବିଂ କରୁଥିବା ଝାଡ଼ଖଣ୍ଡର ସିଂହଭୂମ ଜିଲ୍ଲା ଚାଇବାସା-ଗୋଇଲକେରା ନୂତନ ଭାବେ ନିର୍ମିତ ରାସ୍ତାରେ ୪୦ କିଲୋ ଆଇଇଡି ଖ‌ଞ୍ଜିଥିଲେ ମାଓବାଦୀମାନେ । ତେବେ ହଠାତ୍ ସିଆରପିଏଫ ବାହିନୀ‌ଙ୍କ ଦ୍ୱାରା ମେଟାଲ ଡିଟେକ୍ଟର ସାହାଯ୍ୟରେ ୪୦ କିଲୋ ଆଇଇଡି ଚିହ୍ନଟ କରାଯାଇଥିଲା । ପରେ ଯବାନମାନେ ଏହାକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଥିଲେ । ନିଷ୍କ୍ରିୟ ବେଳେ ବିସ୍ଫୋରଣର ପ୍ରଭାବ ଏତେ ଥିଲା ଯେ କୌଣସି ଗାଡ଼ିକୁ ସମ୍ପୂର୍ଣ୍ଣ ଖଣ୍ଡ ଖଣ୍ଡ କରିପାରିଥାନ୍ତା ।

Leave A Reply

Your email address will not be published.