‘ଏକ୍ସଟ୍ରିମ୍ -୧୬୦ ଆର୍’ ହିରୋର ନୂଆ ବାଇକ୍

ଭୁବନେଶ୍ୱର, (କେପିଏନ୍ଏସ୍) : ଭୁବନେଶ୍ୱର ଓ କଟକ ବଜାରରେ ହିରୋ ମୋଟୋକର୍ପ ଲିମିଟେଡ୍ ପକ୍ଷରୁ ନୂଆ ‘ଏକ୍ସଟ୍ରିମ୍-୧୬୦ଆର୍’ ଆସିଯାଇଛି । ଭାରତର ହିରୋର ନିଦେ୍ର୍ଧଶକ ଦେବ୍ ପ୍ରକାଶ ଡିଡ୍ୱାନିଆ କହିଛନ୍ତି ଯେ, ଏହାର ଫ୍ରଣ୍ଡ୍ ସିଙ୍ଗଲ ଚ୍ୟାନେଲ ଏବିଏସ୍ର ମୂଲ୍ୟ ୧,୦୪,୭୫୦ ଟଙ୍କା ରଖା ଯାଇଥିବା ବେଳେ ଡବଲ୍ ଡିକ୍ସ୍ ଚ୍ୟାନେଲ ଏବିଏସ୍ର ମୂଲ୍ୟ ୧,୦୭,୭୫୦ ରଖାଯାଇଛି । ଏହି ଗାଡି ଯୁବବର୍ଗର ମନକୁ କେମିତି ଆସିବ ସେ ଉପରକୁ ନେଇ ଏହି ବାଇକ୍ ତିଆରି କରାଯାଇଛି ଏବଂ ବିଏସ୍-୬ ମାନଦଣ୍ଡ ପୂରଣ କରୁଥିବା ଏହି ବାଇକରେ ୧୬୦ ସିସି ଏୟାର କୁଲ୍ଡ ଇଂଜିନ୍ ରହିଛି । ଏହାର ମ୍ୟାନେଜର ପ୍ରତୀକ୍ ଅଗ୍ରୱାଲ କହିଛନ୍ତି ଯେ ଏହାର ଓଜନ ୧୩୮.୫ କିଲୋଗ୍ରାମ ଓ ଏହାର ବେଗ ମାତ୍ର ୪.୭ ସେକେଣ୍ଡରେ ଶୂନରୁ ୬୦ କିଲୋମିଟରକୁ ଯାଇପାରିବ । ଏହାର ଭାଇବ୍ରାଣ୍ଟ୍ ବ୍ଲୁ , ସ୍ପୋର୍ଟସ୍ ରେଡ୍ ଏବଂ ପର୍ଲ ସିଲଭର ହ୍ୱାଇଟ୍ ଭଳି ୩ଟି ଆକର୍ଷଣୀୟ ରଙ୍ଗ ରହିଛି ।

Leave A Reply

Your email address will not be published.