oom

ବଣୁଆ ହାତୀଙ୍କ ଆତଙ୍କରେ ଚାଷୀ ହେଉଛି ହନ୍ତସନ୍ତ : ଘର ଦ୍ୱାର ଭାଙ୍ଗି ଉପଦ୍ରବ୍ୟ ସବୁ ନଷ୍ଟ କରି ଦେଉଛନ୍ତି ହାତୀପଲ

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଗଏନ୍ତାପଡା, ତୁରେକେଲା, ବାଞ୍ଜିପାଲି, ବଗବାହାଲ, କମେଇମୁଣ୍ଡା ଗ୍ରା.ପ. ଅନ୍ତର୍ଗତ ପଖାନମୁଣ୍ଡା, କନ୍ଦେଇ ଗ୍ରା.ପ. ଅନ୍ତର୍ଗତ ଟିକ୍ରାପଡା ଅଞ୍ଚଳରେ ବଣୁଆ ହାତୀପଲ ଚାଷବାସ ଧ୍ୱଂସ କରିବା ସହ ନିରୀହ ଲୋକଙ୍କ ଘର ଭାଙ୍ଗି ଆତଙ୍କ ସୃଷ୍ଟି କରୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଜୀବନ ଯାପନ କରୁଥିବା ସୂଚନା ମିଳିଛି । ଗଏନ୍ତାପଡା, ତୁରେକେଲାର ଛବିଳ ଗଏନ୍ତାଙ୍କ ଧାନ, କୋଳଥ, ହରଡ, ପନିପରିବା ବଗିଚା, ଆମ୍ବ ବଗିଚା, କପା, ବାଉଣ୍ଡ୍ରି ଖୁଣ୍ଟ, ପାଣି ପାଇପ୍ (୫୦ ଫୁଟ୍), ତୁଳସୀ ଚଉଁରା ଏବଂ ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି । କୁଞ୍ଜ ଗଏନ୍ତାଙ୍କ କଟା ଯାଇଥିବା ଧାନ ଗଦା ଓ ଗାଈ ଗୁହାଳର ଖପର ସବୁ ଭାଙ୍ଗି ଚୁର୍ ମାର୍ କରିଛନ୍ତି ହାତୀ ପଲ । ମନ୍ ସାଏ ଗଏନ୍ତାଙ୍କ ଧାନ ଗଦା, ହରଡ ଚାଷ ଓ ପାଇଖାନା ଭାଙ୍ଗି ଦେଇଛନ୍ତି । ଶୁଶିରାମ ଗଏନ୍ତାଙ୍କ କଦଳୀ ଗଛ, ମୁନୁଗା ଗଛ, ବାଞ୍ଜିପାଲି ଗାଁର ଓକିଲ ମାଝିଙ୍କ ଧାନ ଗଦା ଖାଇ ଉପଦ୍ରବ୍ୟ ସବୁ ନଷ୍ଟ କରିଥିବା ଜଣାପଡିଛି । କନ୍ଦେଇ ଗ୍ରା.ପ. ଅନ୍ତର୍ଗତ ଟିକ୍ରାପଡା ଗାଁର ଅମିଲ ପୁଟେଲଙ୍କ ଧାନ ଗଦା ଖାଇ ଉପଦ୍ରବ୍ୟ ସବୁ ନଷ୍ଟ କରିଥିବା ବେଳେ ବଗବାହାଲ ଗାଁର ଧାନ ଚାଷ ସହ ଚାରିଜଣଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି । ପ୍ରାୟ ଦୁଇ ମାସ ହେବ ତୁରେକେଲା ବ୍ଲକ ଅନ୍ତର୍ଗତ ମହଖଣ୍ଡ ଜଙ୍ଗଲ ଓ ବଗବାହାଲ ଜଙ୍ଗଲରେ ହାତୀପଲ ଥିବା ଜଣାପଡିଛି ।

jittmm
Leave A Reply

Your email address will not be published.