oum

ସିଲେଟକାନୀର ୧୧ ବର୍ଷୀୟ ବାଳକ ବବଲୁ ବଗର୍ତ୍ତି ନିଖୋଜ ଘଟଣାକୁ ପୂରିଲା ବର୍ଷେ : ନିଖୋଜର ୧୫ ଦିନ ପରେ ନଦୀପଠାରୁ କଙ୍କାଳ ମିଳିଥିଲା : ଏ ପର୍ଯ୍ୟନ୍ତ ପୁଲିସ୍‌ର ହାତ ଖାଲି

jsm

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ଷେ ତଳେ ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁର ଉଗ୍ରେସନ ବଗର୍ତ୍ତୀଙ୍କ ପୁଅ ବବଲୁ ଘରେ ସକାଳ ୯ଟାରେ ଖାଇ ସାରିବା ପରେ ଗାଁ ନଦୀ କୂଳରେ ଥିବା ଏକ ଇଟାଭାଟିରୁ ନିଖୋଜ ହୋଇଥିଲା । ଏହା ପରେ ଦେଓଗାଁ ଥାନାରେ ନିଖୋଜ ଅଭିଯୋଗ କରିଥିଲେ ପରିବାର ଓ ଗାଁଲୋକ । ହେଲେ ନିଖୋଜ ହେବାର ଠିକ୍ ୧୫ ଦିନ ପରେ ଅର୍ଥାତ୍ ଫେବୃଆରୀ ୬ ତାରିଖ ସନ୍ଧ୍ୟାରେ ଗାଁ ମୁଣ୍ଡରେ ମହିିଳାମାନେ ଗୋଟେ କୁକୁର କୌଣସି ଏକ ମଣିଷର ହାତ ଧରିଥିବା ଦେଖିବାକୁ ପାଇଥିଲେ । ଏହାପରେ ନିଖୋଜ ଥିବା ବବଲୁର ପରିବାର ଓ ଗାଁ ଲୋକେ ସେହି ହାତ ବବଲୁର ବୋଲି ଚିହ୍ନଟ କରିବା ପରେ ଥାନାକୁ ଜଣାଇଥିଲେ । ଏହା ପରେ ପୁଲିସ ପକ୍ଷରୁ ଛାନଭିନ୍ ହୋଇଥିଲା । ତା’ର ପରଦିନ ପୁଲିସ ସନ୍ଧାନି କୁକୁର ସହ ପହଞ୍ଚିଥିଲା ଘଟଣା ସ୍ଥଳରେ । ତଦନ୍ତ କରୁଥିବା ବେଳେ ସନ୍ଧାନୀ କୁକୁର ଫେଲ୍ ମାରିଥିଲା ଏବଂ ବୁଲା କୁକୁର ବାଟ ଦେଖାଇଥଲା ନଦୀ ଭିତରକୁୁ । ସେଠାରେ ମିଳିଥିଲା ଅସ୍ଥି କଙ୍କାଳ, ଖପୁରୀ । ତାକୁ ଗୁପ୍ତଧନ ପାଇଁ ବଳି ଦିଆଯାଇଥିବା ଅଞ୍ଚଳରେ ଆଲୋଚନା ହେଉଥିଲା । ବବଲୁ ନିଖୋଜ ଘଟଣାକୁ ଏ ମଧ୍ୟରେ ଗୋଟେ ବର୍ଷ ପୂରି ଯାଇଥିଲେ ମଧ୍ୟ ତଦନ୍ତ ନାଁରେ ପୁଲିସ୍‌ ଦିନ ଗଡାଉଥିବା ବେଳେ ତଦନ୍ତ ମାମଲାର ଫାଇଲ ନାଲି ଫିତା ତଳେ ବନ୍ଧାପଡିଛି । ଅନ୍ୟପକ୍ଷରେ ଗ୍ରାମବାସୀ ବିଭିନ୍ନ ସମୟରେ ହତ୍ୟାକାରୀର ଠାବ କରିବାକୁ ଦାବୀ କରି ଆସୁଛନ୍ତି ।

Leave A Reply

Your email address will not be published.