୩୦ ଫୁଟ ତଳକୁ ଖସିଲା ସ୍କର୍ପିଓ, ୮ଗୁରୁତର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରୁ କୋଇଡା ଯାଉଥିବା ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ଆଠ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କର ଏପର୍ଯ୍ୟନ୍ତ ପରିଚୟ ମିଳି ପାରିନାହିଁ । ଲହୁଣୀପଡା ଥାନା ଅନ୍ତର୍ଗତ ଟିଙ୍କୋ ଘାଟିରୁ ସ୍କର୍ପିଓ ଗାଡ଼ିଟି ୩୦ ଫୁଟ୍‌ ତଳକୁ ଖସି ପଡିଛି । ଆଜି ଭୋର ପ୍ରାୟ ଚାରିଟାରେ ଏହି ଦୁର୍ଘଟଣା ହୋଇଛି । ଲହୁଣୀପଡା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.