om academy

ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ଗୁରୁତର

jsm

କରଞ୍ଜିଆ : ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର । ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ଭଞ୍ଜବସା ରେଞ୍ଜ୍ ଅଞ୍ଚଳରେ ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଟି.ପି.ଏଫ.କର୍ମୀ ଏକ ହାତୀ ହାବୁଡ଼ରେ ପଡି ଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଧରି କଚାଡି ଦେବାରୁ କର୍ମୀ ଜଣକ ଗୁରୁତର ହୋଇପଡ଼ିଥିଲେ । ଗୁରୁତର କର୍ମୀ ଜଣଙ୍କ ହେଉଛନ୍ତି ଗୋବଦ୍ଧନ ନାୟକ । ତାଙ୍କୁ ସହକର୍ମୀମାନେ ସେଠାରୁ ଉଦ୍ଧାର କରି ସଙ୍ଗେସଙ୍ଗେ ବନବିଭାଗ ଗାଡ଼ିରେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଓ ପରେ କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.