om academy

କେନ୍ଦୁଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ଜଣେ ଗୁରୁତର

jsm

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଥାନା ଅନ୍ତର୍ଗତ କେନ୍ଦୁଘାଟିଠାରେ ଗତ ରାତି ପ୍ରାୟ ଏଗାରଟା ବେଳେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେଇଥିଲା । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ବେଳେ ଅନ୍ୟଜଣେ ଗୁରୁତର ହେଇଥିବା ଜଣାପଡ଼ିଛି । ସୂତନାମୁତାବକ ମ.ରାମପୁର ଜୟନ୍ତୀନଗରପଡ଼ାର ବିକାଶ ସେନାପତି(ବାପି) ଏବଂ ପ୍ରତାପ ଚନ୍ଦ୍ର ନାଏକ(ମଣ୍ଟୁ) କୌଣସି ଏକ କାମରେ ଉର୍ଲାଦାନୀ ଯାଇଥିଲେ । ସେଠାରୁ ଫେରିବା ବେଳେ ତାଙ୍କ ଗାଡ଼ି ଖରାପ ହେବାରୁ ତୁମୁଡ଼ିବନ୍ଧପଟରୁ ଆସୁଥିବା ଏକ ଅଟୋରେ ମ.ରମପୁରକୁ ଫେରୁଥିବାବେଳେ କେନ୍ଦୁଘାଟି (ତିନ୍ ଧାରିଆ)ନିକଟରେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହେଇଥିଲା । ଗୁରୁତରମାନଙ୍କୁ ପ୍ରଥମେ ମ.ରାମପୁର ଡ଼ାକ୍ତରଖାନା ଅଣାଯାଇଥିଲା ଏବଂ ପରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ନିଆଯାଇଥିଲା । ସେଠାରେ ବାପିର ମୃତ୍ୟୁ ହେଇଥିବାବେଳେ ଗୁରୁତର ମଣ୍ଟୁର ଚିକିତ୍ସା ଚାଲିଥିବା ଜଣାଯାଇଛି ।

Leave A Reply

Your email address will not be published.