ଗୁଡେଶିରାରେ ଶ୍ରୀ ଗୁଣ୍ଡିଚାଯାତ୍ରା ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ଗୁଡେଶିରା ନଖୁଆ ବାବାମଠଠାରେ ଭବ୍ୟ ଶୋଭାଯାତ୍ରା ସହ ପାଳନ ହେଲା ଶ୍ରୀ ଗୁଣ୍ଡିଚାଯାତ୍ରା । ଏହି ଶ୍ରୀ ଗୁଣ୍ଡିଚାଯାତ୍ରାରେ କୀର୍ତ୍ତନ ପାର୍ଟି, ଦୁଇଟି ଘଣ୍ଟ ପାର୍ଟି, କସ୍ତାଲ ପାର୍ଟି, ବେଣ୍ଡ ପାର୍ଟି ଇତ୍ୟାଦିମାନଙ୍କ ଦ୍ଵାରା ବିରାଟ ଶୋଭାଯାତ୍ରା ହୋଇଥିଲା । ଗଜପତି ମହାରାଜା ଗାଆଁର ଗୌତିୟା ମହେନ୍ଦ୍ର ଦାସ କାର୍ଯ୍ୟ ତୁଲାଇଥିଲେ । ପୂଜା କାର୍ଯ୍ୟ ଡମ୍ବରୁଧର ଦେବତା ତୁଲାଇଥିଲେ । କିଶୋର ଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ଟିକିଲାଲ ବାରିକ, କନ୍ଦର୍ପ ମେହେର, ଘନଶ୍ୟାମ ସାହୁ, ତାପସ ଦାସ, କୃଷ୍ଣଚନ୍ଦ୍ର ଦାସ, ରୁଦ୍ର ମେହେର ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ । ଏଥର ଶ୍ରୀ ଗୁଣ୍ଡିଚା ଯାତ୍ରାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.