oum

ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଜଣେ ମାଓବାଦୀ ମୃତ

jsm

ମାଲକାନଗିରି, (କେପିଏନ୍‌ଏସ୍‌) : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ଫଳରେ ମାଓବାଦୀଙ୍କ ମୃତ୍ୟୁ ଘଟିଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ବୁଧବାର ସକାଳେ ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେଓ୍ବାଡା ଜିଲ୍ଲା ଚିକପାଲ୍-ମର୍ଜୁମ୍ ଅଞ୍ଚଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ୪୫ ମିନିଟ୍ ଧରି ଗୁଳିବିନିମୟ ଚାଲିଥିଲା ଫଳରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଗୋଟେ ୯ ଏମଏମ ପିସ୍ତଲ ଜବତ ହୋଇଛି । ତେବେ ମୃତ ନକ୍ସଲଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ମୃତ ନକ୍ସଲ ଜଣକ ହିଡ଼ମା ମୁଚାକି ଅଚଂଳର ବୋଲି ଜଣାପଡିଛି ।

Leave A Reply

Your email address will not be published.