oom

ଆମପାଣି ଘାଟିରେ ବାଘ ଛାଲ ଜବତ : ଛଅ ଅଭିଯୁକ୍ତ ଗିରଫ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିରେ ପୁଣି ବାଘଛାଲ ଜବତ । ୬ ଅଭିଯୁକ୍ତ ଗିରଫ । ଛତିଶଗଡ ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ଏବଂ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ପକ୍ଷରୁ କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିଠାରେ ଡିଲ୍ ବେଳେ ଅତର୍କିତ ଚଢାଉ କଲା ଉଭୟ ଛତିଶଗଡ଼ ଓ କଳାହାଣ୍ଡି ବନ ବିଭାଗ । ଘଟଣା ସ୍ଥଳରୁ ଏକ କରଲାପତରିଆ ବାଘଛାଲ ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା ବନ ବିଭାଗ । ଅଟକ ଅଭିଯୁକ୍ତମାନଙ୍କ ସୂଚନା ଆଧାରରେ ଜୟପାଟଣା ଫରେଷ୍ଟ ରେଞ୍ଜର ଚଞ୍ଚରାଗୁଡା ଗ୍ରାମର ବାଘ ଶିକାରୀ ରିଷି ମାଝୀ ଘରେ ଚଢାଉ କରିଥିଲା ବନ ବିଭାଗ । ସେଠାରୁ ଶିକାରରେ ବ୍ୟବହାର ହୋଇଥିବା ଏକ ଦେଶୀ ବନ୍ଧୁକ, ଲୁହା ପଞ୍ଜା, ଭାଲୁ ହାଡ ସମେତ ଅଜଗର ସାପର ଛାଲ, ଶିକାର ରେ ବ୍ୟବହୃତ ହେଉଥିବା ବିଭିନ୍ନ ମାରଣାସ୍ତ୍ର ଜବତ କରିଥିଲା ବନ ବିଭାଗ । ପରେ ଅଭିଯୁକ୍ତ ଋଷି ମାଝୀକୁ ଧରି ବନ ବିଭାଗ ଶିକାର ସ୍ଥଳକୁ ଯାଇ ସବୁ ପ୍ରମାଣ ସଂଗ୍ରହ କରିଥିଲା । ବୁଧବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପାଡ଼େପଦର ଗ୍ରାମର ନବ ମାଝୀ, ହାଡସିଲ ଗ୍ରାମର ଧୋବା ମାଝୀ ଏବଂ ଜୟପାଟଣା ଚଂଚରାଗୁଡ଼ାର ଶିକାରୀ ରୁଷି ମାଝୀ, ନବରଙ୍ଗପୁର ଜିଲ୍ଲାର ଟିକ୍ରାପଡା ଗ୍ରାମର ଗଣେଶ ଗଉଡ଼ ଏବଂ ଲକ୍ଷ୍ମଣ ଗଉଡ଼, କୁରମେଲୀ ଗ୍ରାମର ନବ ନାୟକ ଏଭଳି ସମୁଦାୟ ୬ ଜଣ ଅଭିଯୁକ୍ତଙ୍କୁ କୋକସରା କୋର୍ଟକୁ ନିଆଯାଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.