ନୀଳଗିରିରେ କାର୍ଯ୍ୟରତ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣାକୁ ତୀବ୍ର ନିନ୍ଦା କଲା ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ
ବଲାଙ୍ଗିର, (କେପିଏନ୍ଏସ୍) : ବାଲେଶ୍ୱର ଜିଲ୍ଲା ନୀଳଗିରିର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ଉପରେ ହୋଇଥିବା ପୋଲିସ ଜୁଲୁମ୍ ସହ ହସ୍ପିଟାଲରେ ତାଙ୍କ ଗୋଡରେ ବେଡ଼ି ପକାଇ ରଖାଯିବା ଘଟଣାକୁ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି । ଆଜି ସଂଘର ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକର ଆୟୋଜନ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଅଶ୍ୱିନୀ ନାଏକ, ସାଧାରଣ ସଂପାଦକ ବିମଳେନ୍ଦୁ ସାହୁଙ୍କ ସମେତ ସଂଘର ସଦସ୍ୟମାନେ ପୋଲିସର ଏଭଳି ଅମାନୁଷିକ କାର୍ଯ୍ୟକୁ ଘୋର୍ ନିନ୍ଦା କରିଛନ୍ତି ।