oom

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ଗୀତା ଜୟନ୍ତୀ ପାଳନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ନରସିଂହ ମନ୍ଦିର ପରିସରରେ ଗୁରୁବାର ଦିନ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜୟନ୍ତୀରେ ବ୍ରାହ୍ମଣ ମହାସଭାର ସଭାପତି ଗିରିଧାରୀ ଶତପଥୀଙ୍କ ଦ୍ୱାରା ପୂଜାକାର୍ଯ୍ୟ ସମାପନ ହୋଇଥିଲା । ଗୀତା ପଠନ ମହାସଭାର ପୂର୍ବତନ ସଭାପତି ସତ୍ୟବନ୍ତ ବେଦବାକ ଦ୍ୱାରା ହୋଇଥିଲା । ପ୍ରତ୍ୟେକ ଶ୍ଲୋକରେ ଘୃତ ଆହୁତି ହୋଇଥିଲା । କର୍ତ୍ତା ଗିରିଧାରୀ ମିଶ୍ର ଓ ପତ୍ନୀ ପଦ୍ମାବତୀ ଯୋଗଦେଇ ପୂଜା ଦାୟିତ୍ୱ ତୁଳାଇଥିଲେ । ଏହି ଗୀତା ଜୟନ୍ତୀରେ ପୂର୍ବତନ ସଭାପତି ନିଳମଣି ମିଶ୍ର, ସଂପାଦକ ରଘୁନାଥ ମିଶ୍ର, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ ସହ ଗୋପବନ୍ଧୁ ପୁରୋହିତ, ଗୋପବନ୍ଧୁ ଶତପଥି, ଅଚ୍ୟୁତାନନ୍ଦ ଉଦ୍‌ଗାତା, ମାଳତି ଉଦ୍‌ଗାତା, ପୁରୁଷୋତ୍ତମ ପଣ୍ଡା, ଜଗନ୍ନାଥ ପଣ୍ଡା, ଶ୍ରୀବତ୍ସ ମିଶ୍ର ଏବଂ ସଂଘର ଅନ୍ୟ ଅନ୍ୟ କର୍ମକର୍ତ୍ତା ରହି ଯଜ୍ଞକୁ ସଫଳ କରିଥିଲେ । ମନ୍ଦିର ପୂଜକ ଗୋବର୍ଦ୍ଧନ ଶତପଥି ପୂଜା କାର୍ଯ୍ୟରେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.