oom

ନୃସିଂହନାଥଠାରେ ମୋଦୀ ସରକାରଙ୍କ ୮ବର୍ଷ ପୂର୍ତ୍ତି ଅବସରରେ “ଗରିବ କଲ୍ୟାଣ ସମ୍ମେଳନ” ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡ଼ିଶାର ପବିତ୍ର ତୀର୍ଥସ୍ଥଳୀ ଶ୍ରୀ ଶ୍ରୀ ନୃସିଂହନାଥ ପୀଠର ଆଇଓସିଏଲ ଅତିଥି ଭବନ ପରିସରରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଦ୍ବାରା କେନ୍ଦ୍ରରେ ପ୍ରତିଷ୍ଠିତ “ମୋଦୀ ସରକାର”ଙ୍କ ୮ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ‘ଗରିବ କଲ୍ୟାଣ ସମ୍ମେଳନ’ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ଶତାଧିକ କୃଷକ ପ୍ରଥମେ ହିମାଚଳ ପ୍ରଦେଶର ସିମଲାଠାରେ ଅନୁଷ୍ଠିତ ଗରିବ କଲ୍ୟାଣ ସମ୍ମେଳନର ସିଧାପ୍ରସାରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ଦେଖିଥିଲେ । ସିମଲା କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ବିଜେପି ଜିଲ୍ଲା ଉପ ସଭାପତି ସରୋଜ ସାମଲଙ୍କ ସଞ୍ଚାଳନରେ ନୃସିଂହନାଥଠାରେ କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା । ମୋଦୀ ସରକାରଙ୍କ ୮ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୧୫ ଜୁନ ପର୍ଯ୍ୟନ୍ତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିଜେପି ଜିଲ୍ଲା ସାଧାରଣ ସଂପାଦକ ସରୋଜ ପାଣିଗ୍ରାହୀ ସୂଚନା ପ୍ରଦାନ କରିଥିଲେ ।

ଏହି ଅବସରରେ ପାଇକମାଲ, ପଦ୍ମପୁର, ଝାରବନ୍ଧ ଅଞ୍ଚଳର ବିଶିଷ୍ଟ କୃଷକମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ହୋଇଥିବା ଚାଷୀମାନଙ୍କ ଭିତରେ ସର୍ବଶ୍ରୀ ରାଜ କିଶୋର ସାହୁ, ମାଲିକ ରାମ ସାହୁ, ତିଲୋଚନ ସାହୁ, ଶିବ ଶଙ୍କର ସାହୁ, ସୁରେଶ ପ୍ରଧାନ, ହରିଶ୍ଚନ୍ଦ୍ର ହଂସ, ଭୀଷ୍ମଦେବ ସାହୁ, ଯୋଗେଶ୍ବର ସାହୁ, ଟିକେଶ୍ଵର ଚୌହାନ, ଭଲଭଦ୍ର ଚୌହାନ, ବାସୁଦେବ ପଟେଲ, ଭିମସେନ ବହିଦାର, ଜଗଦାନନ୍ଦ ନେଗୀ, ଦିନେଶ ସାହୁ, ରାଜେନ୍ଦ୍ର ପଟେଲ, ହୃଷିକେଶ ମେହେର, କୁଞ୍ଜ ବିହାରୀ ମିର୍ଦ୍ଧା, ନୀଳମଣି ଧରୁଆ, ଚୈତନ୍ୟ ବରିହା ସାମିଲ ଥିଲେ । ବରିକେଲ ଗ୍ରାମ ପଞ୍ଚାୟତର ଅରକ୍ଷିତ ସାହା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । କୃଷକ ମୋର୍ଚ୍ଚା ଜିଲ୍ଲା କୋଡିନେଟର ଯୋଗେନ୍ଦ୍ର ଭୋଇ, ସୁଶାନ୍ତ ନାଗଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ମକରଧ୍ଵଜ ବଗାର, ତ୍ରିପୁରା ବରିହା, ସରସ୍ଵତୀ ସାହୁ, ଗୋବର୍ଦ୍ଧନ ଅଗ୍ରୱାଲ, ମଦନ ମୋହନ ପଟେଲ, ହରେକୃଷ୍ଣ ପଟେଲ, କୈଳାସ ଦିଶ୍ରୀ, ସଞୟ ବେହେରା, ସୌକିଲାଲ ସାହା, ଭୀଷ୍ମଦେବ ସାହୁ, ବଲରାମ ସାହୁ, ଶ୍ରୀକାନ୍ତ ପାଣିଗ୍ରାହୀ, ଚିତ୍ରସେନ ବାଗ, ପୁରନ୍ଦର ସାହୁ, ଶୁକଦେବ ପ୍ରଧାନ, ଇନ୍ଦ୍ରଜିତ ଭୋଇ, ଏଡି ରାଜା, ଡେଲାମଣି ବଢେଇ, ହରେକୃଷ୍ଣ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.