୬ କ୍ଵିଣ୍ଟାଲ ଗଞ୍ଜେଇ ଜବତ

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଚୁଡ଼ଙ୍ଗପୁର ଗାଁ ନିକଟରୁ ଏକ ପିକଅପ୍ ଭ୍ୟାନ ସହ ୬ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ । ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ କେଶରିଗୁଡା ସମିତି ସଭ୍ୟ କାର୍ତ୍ତିକ ଶବରଙ୍କୁ ଗିରଫ କରାଯାଇଥିବା ଅଡବା ଥାନା ଅଧିକାରୀ ଆନନ୍ଦ ପାତ୍ର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ଭୋର୍ ସମୟରେ ଅଡବା ଥାନା ଏସଆଇ ଲକ୍ଷ୍ମଣ ବେଶ୍ରାଙ୍କ ନେତୃତ୍ବରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ଏକ ପିକ ଅପ୍ ଭ୍ୟାନକୁ ଯାଞ୍ଚ କରାଯାଇଥିଥଲା । ଏଥିରେ ୨୫ଟି ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ଚୋରା ଚାଲାଣ ହେଉଥିବା ଜଣାପଡ଼ିଥିଲା । ୬ କ୍ବିଣ୍ଟାଲ ୮୯ କେଜି ଗଞ୍ଜେଇ ଥିବାବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.