ls

ରୋତ୍‌ କଲେଜରେ ଜାତୀୟ ଗଣିତ ଦିବସ ପାଳିତ

sb

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଜି ଆଗଲପୁର (ଡୁଡୁକା) ବ୍ଲକ ଅନ୍ତର୍ଗତ ରୋତ୍‌ ମହାବିଦ୍ୟାଳୟ ଗଣିତ ବିଭାଗରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଡିସେମ୍ବର ୨୨ ତାରିଖକୁ ମହାନ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଉଦ୍ଦେଶ୍ୟରେ ଜାତୀୟ ଗଣିତ ଦିବସ ରୂପେ ୨୦୧୨ ମସିହାରୁ ଭାରତରେ ପାଳନ କରାଯାଇ ଆସୁଛି । ସେହି କ୍ରମରେ ଆଜି କଲେଜର ଗଣିତ ବିଭାଗରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ କଲେଜର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ରଥ ଦୀପ ପ୍ରଜ୍ୱଳନ କରି ଆରମ୍ଭ କରିଥିଲେ । ସର୍ବପ୍ରଥମେ ଗଣିତ ବିଭାଗର ମୁଖ୍ୟ ଡଃ ସୁବିଜ୍ଞ ଗଡତ୍ୟା ରାମାନୁଜନଙ୍କ ଜୀବନ ଓ ତାଙ୍କର ଗଣିତ ପ୍ରତି ଅବଦାନ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପରେ ଅଧ୍ୟାପକ ଗୋପାଳ ସାହୁ ଶ୍ରୀନିବାସ ରାମାନୁଜନଙ୍କ ମୁଖ୍ୟ ଗାଣିତିକ ସୂତ୍ର ଉପରେ ଆଲୋକପାତ କରିଥିଲେ । ତାପରେ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ଅଧ୍ୟକ୍ଷ, ଗଣିତ ବିଭାଗୀୟ ମୁଖ୍ୟ ଓ ଅଧ୍ୟାପକ ଶ୍ରୀ ସାହୁଙ୍କ ସହିତ ଅଧ୍ୟାପିକା ମଞ୍ଜିତା ପଶାୟତ ମଂଚାସୀନ ଥିଲେ । ଗଣିତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ପ୍ରଥମ ବର୍ଷ ଛାତ୍ର ହିତେଶ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

pc pk
Leave A Reply

Your email address will not be published.