centurian jitm

ମଝାଗାଁ ଗ୍ରାମବାସୀଙ୍କ ବ୍ଲକ ସମ୍ମୁଖରେ ଗଣଧାରଣା

nschool

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ମିଚ୍ଛାପାଲି ପଞ୍ଚାୟତର ଆଦିବାସୀ ବହୁଳ ମଝାଗାଁର ପୋଖରୀ ନିଲାମରେ ଅନିୟମିତତାକୁ ନେଇ ଶୁକ୍ରବାର କୋମନା ବ୍ଲକ ସମ୍ମୁଖରେ ଗ୍ରାମବାସୀ ଧାରଣା ଦେଇଥିଲେ । ନିୟମ ଅନୁଯାୟୀ ପଞ୍ଚାୟତର ଯେକୌଣସି ଜିନିଷର ନିଲାମ ହେବାର ଥିଲେ ନୋଟିସ୍ କରି ନିଲାମ କରା ଯାଇଥାଏ । କିନ୍ତୁ ମିଚ୍ଛାପାଲି ଗ୍ରାମପଞ୍ଚାୟତରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗ୍ରାମପଞ୍ଚାୟତ କର୍ତ୍ତୃପକ୍ଷ ବିନା ସୂଚନାରେ ଅନ୍ୟ ଏକ ଗାଁର ଏସ୍‌.ଏଚ୍‌.ଜି. ଗ୍ରୁପକୁ ମଝାଗାଁର ପୋଖରୀକୁ ମାଛଚାଷ ପାଇଁ ନିଲାମରେ ଦେଇଥିଲେ । ମଝାଗାଁର ଏହା ଏକ ମାତ୍ର ପୋଖରୀ ଓ ଲୋକଙ୍କ ସ୍ନାନ, ଶୌଚ ପାଇଁ ସର୍ବଦା କାମରେ ଆସିଥାଏ । ତେଣୁ ଗାଁର ମହିଳା ଗ୍ରୁପକୁ ମାଛଚାଷ ପାଇଁ ସୁଯୋଗ ନଦେଇଥିବାରୁ ମଝାଗାଁର ଜନସାଧାରଣ ସେ ପୋଖରୀକୁ ନିଲାମ ବାତିଲ କରିବା ପାଇଁ ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂଆପଡ଼ା ବ୍ଲକ ସଭାପତି ତଥା ନୂଆପଡ଼ା ଜିଲ୍ଲା ଟ୍ରେଡ ୟୁନିଅନ୍‌ର ସଭାପତି ଭକ୍ତବନ୍ଧୁ ଧରୁଆଙ୍କ ସମେତ ସମାଜସେବୀ ତଥା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କୋମନା ବ୍ଲକ ସଭାପତି ଜ୍ଞାନେଶ୍ଵର ମାଝୀ, ଗାଁର ୱାର୍ଡମେମ୍ବର ଜମନ୍ କୁମାର ସୁନାନି, ତୁଳସୀ ରାମ ମାଝୀ, କ୍ଷମା ମାଝୀ, ନାରାୟଣ ମାଝୀ, ତୁଲାରାମ ମାଝୀ, ଦେବ ସିଂ ମାଝୀ, ବୈଶାଖୁ ମାଝୀ, ବେଲମତି ମାଝୀ, କଲ୍ୟାଣୀ ମାଝୀ ପ୍ରମୁଖ କୋମନା ବିଡିଓଙ୍କୁ ଲିଖିତ ଭାବେ ଜଣାଇ ଧାରଣରେ ବସିଥିଲେ । ବିଡ଼ିଓଙ୍କ ଅନୁପସ୍ଥିତିରେ କୋମନା ବ୍ଲକ ଜି.ପି.ଡି.ଓ. ହେମନ୍ତ ବିଭାରଙ୍କ ଜରିଆରେ ଜଣାଇଥିଲେ । ଜି.ପି.ଡି.ଓ ବିଭାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଗାଁବାସୀ ମାନିଲେ ନାହିଁ । ନିଲାମକୁ ରଦ୍ଦ କରିବା ପାଇଁ ଅଡ଼ି ବସିଥିଲେ । ପରେ ନିଲାମକୁ ରଦ୍ଦ କରାଗଲା ବୋଲି ଲିଖିତ ଭାବେ ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!