oom

କୋଚ୍‌ ଶିବ ପ୍ରସାଦ ସ୍ମାରକୀ ଫୁଟ୍‌ବଲ୍‌ : ସ୍ପୋର୍ଟ୍ସ ହଷ୍ଟେଲ ବନାମ ୟୁଥ୍‌ କ୍ଳବ୍‌ ମଧ୍ୟରେ ଫାଇନାଲ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋଟିଂ କ୍ଳବ ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ପୁରାତନ ଓ ବର୍ତ୍ତମାନ ଛାତ୍ରଙ୍କ ମିଳିତ ଆନୁକୂଲ୍ୟରେ ଆଜି କୋଚ୍‌ ଶିବପ୍ରସାଦ ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ସେମିଫାଇନାଲ ସ୍ପୋର୍ଟ୍ସ ହଷ୍ଟେଲ ବନାମ ନକ୍ଟାସର ଖେଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲରେ ଡ୍ର ରହିଥିଲା । ଟ୍ରାଇବ୍ରେକରରେ ସ୍ପୋର୍ଟ୍ସ ହଷ୍ଟେଲ ୩-୨ ଗୋଲରେ ନକ୍ଟାସରକୁ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲକୁ ଉନ୍ନିତ ହୋଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବନରକ୍ଷକ ବ୍ୟାସ ଦେବ ସାହୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଖେଳ ଶିକ୍ଷକ ସୁନିଲ ଚନ୍ଦ୍ର ବିଶ୍ୱାଳ ଓ ଜିଲ୍ଲା ଶିକ୍ଷକ ସଂଘ ସଭାପତି ବାସୁଦେବ ମୁଗ୍ରୀ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ପୂର୍ବତନ ଖେଳାଳୀ ଅନୁପ ସାଏ ଓ ପୁର୍ବତନ ସ୍ପୋର୍ଟ୍ସ ହଷ୍ଟେଲ ଛାତ୍ର ଗିରି ପାଉଲେ ମଂଚାସୀନ ଥିଲେ । ଖେଳକୁ ରେଫରୀ ଭାବରେ ସୁଶାନ୍ତ ନାଗ, ଦେବାଶିଷ ବାଗ, ସଂଜିବ ମହାରଣା ଓ ପ୍ରଫୁଲ୍ଲ ବଗର୍ତ୍ତୀ ପରିଚାଳନା କରିଥିଲେ । ଫୁଟ୍‌ବଲ୍‌ କୋଚ୍‌ ପରାସର ବାଗ, ସଭାପତି ନାରାୟଣ ବିଶ୍ୱାଳ, ସମ୍ପାଦକ ଅଭିମନ୍ୟୁ ପାଣ୍ଡେ, ସୁକଦେବ ସାହୁ, ସୁର୍ଯ୍ୟମଣି ସୁନା, ଚିତ୍ତରଂଜନ ବିଶ୍ୱାଲ, ମନୋରଂଜନ ବିଶ୍ୱାଲ, ତସା ନାଗ, କହ୍ନେଇ ଗଡତ୍ୟା, ନିଲାଞ୍ଚଳ ପ୍ରଧାନ, ରାମଚନ୍ଦ୍ର ବିଶ୍ୱାଲ, ମିଥୁନ ଭୁକ୍ତା, ଦନାର୍ଦନ ପାଣ୍ଡେ, ପ୍ରସାନ୍ତ ପ୍ରଧାନ, ହେମସାଗର ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ । ବୁଧବାର ଦିନ ସ୍ପୋର୍ଟ୍ସ ହଷ୍ଟେଲ ବନାମ ୟୁଥ କ୍ଳବ ବଲାଙ୍ଗିର ମଧ୍ୟରେ ଫାଇନାଲ ଖେଳ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ ।

jittmm
Leave A Reply

Your email address will not be published.