ବାଦିଘୋର ପୋଲ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ମହିଳା ମୃତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବାଦିଘୋର ପୋଲ ନିକଟରେ ଆଜି ସଂଧ୍ୟାରେ ନିଜ ଗ୍ରାମ ଦୁଆନପାଲିରୁ କାମ ସାରି ବଲାଙ୍ଗିର ସ୍ଥିତ ବାସଭବନକୁ ଏକ ସ୍କୁଟିରେ ଫେରୁଥିବା ବେଳେ ବଲାଙ୍ଗିର ପଟୁ ଆସୁଥିବା ଏକ ହାଇୱା ଗାଡି ଧକ୍କା ଦେଇଥିଲା । ଫଳରେ ଗାଡିରୁ ଛିଟକି ପଡିଥିଲେ ପଛରେ ବସିଥିବା ସବିତା ଛତ୍ରିଆ । ଶ୍ରୀମତୀ ଛତ୍ରିଆଙ୍କ ମୁଣ୍ଡରେ ପଛ ଚକା ଚାଲିଯାଇଥିବାରୁ ସେହି ସ୍ଥାନରେ ହିଁ ମୃତ୍ୟୁବରଣ କରିଛନ୍ତି । ଗାଡି ତାଙ୍କ ସ୍ଵାମୀ ଆଲୋକ ଛତ୍ରିଆ ଚଲାଉଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖବର ପାଇ ସଦର ପୋଲିସ ଚନ୍ଦନଭାଟି ଫାଣ୍ଡି ପୋଲିସ ଏବଂ ଦୁଆନପାଲି ଗ୍ରାମରୁ ନିଜ ସମ୍ପର୍କୀୟମାନେ ଆସି ବୋଲେରୋରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ । ସ୍ଥାନୀୟ ଲୋକେ ଏହି ରାସ୍ତାରେ ହାଇୱା ଗାଡି ଯେଉଁ ମାତ୍ରାରେ ଯେଉଁ ଗତିରେ ଯାଉଛି ତାକୁ ପ୍ରଶାସନ ପ୍ରତିବାଦ କରୁ ବୋଲି ଦାବୀ କରିଛନ୍ତି । ନହେଲେ ଏମିତି କେତେ ଯେ ମୃତ୍ୟୁବରଣ କରିବେ ତାହାର ସୀମା ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.