ବାଘଝରନ୍ ଜୁନାନିବାହାଲ ରାସ୍ତାରେ ଦୁର୍ଘଟଣା : ଜଣେ ମୃତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବାଘଝରନ୍ ଜୁନାନୀବାହାଲ ରାସ୍ତା ମଧ୍ୟରେ ଥିବା ଏକ କର୍ଲଭଟ ପାଖରେ ବାଇକ୍ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ନାନ୍ଦୁପଲା ଗାଁର ଆଇସଲାଲ୍ ବେହେରା ନିଜ ଗାଁ ନାନ୍ଦୁପଲା ଆସୁଥିବା ସମୟରେ ଗତ ରାତି ୯ଟାରୁ ୧୦ଟା ମଧ୍ୟରେ କୈାଣସି କାରଣରୁ ବାଇକ୍ ଉପରୁ ଭାରସାମ୍ୟ ହରାଇବାରୁ ବାଇକ୍ ସହିତ ବ୍ରିଜ୍‌ ତଳକୁ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳୁ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଖପ୍ରାଖୋଲ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ବ୍ୟକ୍ତିଙ୍କ ମୋବାଇଲ୍‌ରୁ ଫୋନ୍ କରି ତାଙ୍କ ସମ୍ପର୍କୀୟମାନଙ୍କୁ ଜଣାଇବା ସହ ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.