କର୍ମଠ ଓ ସାଧୁତାର ପରିଚୟରେ ଡକ୍ଟରେଟ ଉପାଧି ପ୍ରାପ୍ତ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଲଖମରା ଗ୍ରାମପଂଚାୟତ ଅଧିନସ୍ଥ ପୂଝାରୀପାଲି ଗ୍ରାମର ସୁବାଷ ଚନ୍ଦ୍ର ସାହୁଙ୍କୁ ମହାତ୍ମାଗାନ୍ଧୀ ଗ୍ଲୋବାଲ ପିସ୍ ଫାଉଣ୍ଡେସନ୍, ଭାରତ ପକ୍ଷରୁ ଭାରଚୁଏଲି ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଶ୍ରୀଯୁକ୍ତ ସାହୁ ଏକାଧାରାରେ ଜଣେ ଦାର୍ଶନିକ, କବି ତଥା ଜଣେ ଆଦର୍ଶ ଶିକ୍ଷକ ସହ ଅଭିନବ କଳାର ଅଧିକାରୀ ଭାବେ ବେଶ ପରିଚିତ । ସେ ବର୍ତ୍ତମାନ ଲଖମରା କ୍ଲଷ୍ଟର ସି.ଆର.ସି ରୂପେ କାର୍ୟ୍ୟରତ ଅଛନ୍ତି । ଏଭଳି ଖୁସି ଖବରରେ ସାରା ଶିକ୍ଷକବୃନ୍ଦଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.