jayashree

କଂସ ନିଧନ ସହ ୩୮ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ

  • ବଙ୍ଗୋମୁଣ୍ଡା ଧନୁଯାତ୍ରା”ସ୍ମରଣୀକା” ଉନ୍ମୋଚିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଢୋଲ, ନିଶାନ, ତାସା ଓ ଘଂଟ ବାଦ୍ୟ, ଘୁମୁରା, ଅଘୋରୀ କଳାକାରଙ୍କ ବାଦ୍ୟ ଓ ନୃତ୍ୟ ସହ ବିଶାଳ ପଟୁଆରରେ ମଥୁରା ନଗରୀ ବଙ୍ଗୋମୁଣ୍ଡା ନଗର ପରିକ୍ରମା ପରେ ରଙ୍ଗ ମଞ୍ଚଙ୍କୁ ମହାରାଜ କଂସ ପହଞ୍ଚିଥିଲେ । ସେଠାରେ ରାଜ ଦରବାର ଅନୁଷ୍ଠିତ ହୋଇଥିଲା । ଅଘୋରୀଙ୍କ ଚିତ୍ତାକର୍ଷକ ନୃତ୍ୟ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜି ମନମୋହିଲା ଦର୍ଶକଙ୍କର । ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳ ପଡିଆଠାରେ ଚାଲିଥିବା ୩୮ ତମ ବଙ୍ଗୋମୁଣ୍ଡା । ଧନୁଯାତ୍ରା ମହୋତ୍ସବ କଂସ ନିଧନ ସହ ଉଦ୍‌ଯାପିତ ହୋଇଯାଇଛି । ମହୋତ୍ସବର ଉଦ୍‌ଯାପନୀ ଉତ୍ସବରେ ସାମ୍ବାଦିକମାନଙ୍କୁ ରାଜ ଦରବାରକୁ ଆମନ୍ତ୍ରଣ କରାଯାଇଥିଲା । ସାମ୍ବାଦିକ ସଞ୍ଜୟ ବେହେରା, ଅଶୋକ କୁମାର ଖମାରୀ, ଅନିଲ ଖମାରୀ, ରଶ୍ମିରଞ୍ଜନ ପୁଟେଲ, ଦୀପକ ଦାସ ଯାଦବ, ହୁଲେଶ୍ୱର ହଂସ, ପୁଷ୍ପକେତୁ ବେହେରା, ସୁଶାନ୍ତ ବେହେରା, ନାରାୟଣ ମିଶ୍ର, ସୁଶାନ୍ତ ଥନାପତି, ରାଧେଶ୍ୟାମ ମେହେର, ଅଶୋକ ନାରାୟଣ ଭୋଇ, ତୁଳସୀରାମ ଜଗତ, ରୋହନ ମହତ, ଦୀପକ ପାଣିଗ୍ରାହୀ, ହରିଶ ବାରିକ, ରାକେଶ ସରାଫ ପ୍ରମୁଖ ରାଜକୀୟ ଅତିଥି ଭାବେ ଯୋଗଦେଇଥିଲେ । ଅଞ୍ଚଳର ସମସ୍ୟା, ଘଟଣା ଆଦିକୁ ପ୍ରାଥମିକତା ଦେଇ ପ୍ରଚାର ପ୍ରସାର ସହ ଲୋକ ଲୋଚନକୁ ଆଣୁଥିବାରୁ ସମସ୍ତ ସାମ୍ବାଦିକମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ବଙ୍ଗୋମୁଣ୍ଡା ଧନୁଯାତ୍ରା”ସ୍ମରଣୀକା’ ଉନ୍ମୋଚନ କରାଯାଇଥିଲା । ରଙ୍ଗମଞ୍ଚରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ମହାରାଜ କଂସଙ୍କ ନଗର ପରିକ୍ରମା, କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, ଅଘୋରୀ ନୃତ୍ୟୁରେ ହଜାର ହଜାର ଦର୍ଶକମାନେ ଝୁମି ଉଠିଥିଲେ । ପୌରାଣିକ ନାଟ୍ୟବସ୍ତୁ ଆଧାରିତ ଧନୁଭଗ୍ନ, ଚାଣୁର ମୁଷ୍ଟିକ ବଧ, କଂସ ବଧ, ଉଗ୍ରସେନଙ୍କ ରାଜ୍ୟାଭିଷେକ ଆଦି ନାଟ୍ୟାଭିନୟ ପରିବେଷିତ ହୋଇଥିଲା । କଂସ ଭୂମିକାରେ ପଶ୍ଚିମ ଓଡିଶାର ବରିଷ୍ଠ କଳାକାର ରବିନ୍ଦ୍ର ସାହୁ, କୃଷ୍ଣ ଭୂମିକାରେ ରୋହନ ମନହୀରା, ବଳରାମ ସିଦ୍ଧାର୍ଥ ପୁଟେଲ, ରାଧା ପ୍ରାଚୀ ପୁଟେଲ, ସୁଦାମା ଶିବରାମ କଟା ପ୍ରମୁଖ ଅଭିନୟ କରିଥିଲେ । ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ତୁଲସୀରାମ ହଂସ, କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରୱାଲ, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ଉପ ସଭାପତି ଶରତ ଚନ୍ଦ୍ର ସିଂ ଭୋଇ, ଉପ ସଭାପତି ନାରାୟଣ ମିଶ୍ର, ସାଂସ୍କୃତିକ ସମ୍ପାଦକ ଘନଶ୍ୟାମ ମନହୀରା, କୋଷାଧ୍ୟକ୍ଷ ମୁକେଶ ଜୈନ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ସହଯୋଗ କରିିଥିଲେ । ଫୁଟବଲ ଟିମ ବଙ୍ଗୋମୁଣ୍ଡା ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଏବଂ ଯୁଗନିଆ ଇଲେକ୍ଟ୍ରିକ ଓ ପ୍ଲବମ୍ବର ପକ୍ଷରୁ ଚା ମଧ୍ୟ ବିତରଣ କରାଯାଇଥିଲା । ଦୀର୍ଘ ୫ ଦିନ ଧରି ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ସନ୍ଧ୍ୟା ହେଲେ ହଜାର ହଜାର ଦର୍ଶକଙ୍କ ପ୍ରବଳ ଭିଡ ଲାଗି ରହିଥିବା ନେଇ ଦେଖିବାକୁ ମିଳିଛି । ବଙ୍ଗୋମୁଣ୍ଡା ପୋଲିସ ମୁତୟନ ହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

Leave A Reply

Your email address will not be published.