ହାଇୱା ଗାଡ଼ି ଧକ୍କାରେ ୧ ଗୁରୁତର : ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ସୁବର୍ଣ୍ଣପୁର ମୁଖ୍ୟ ରାସ୍ତା ସାତମାଇଲ୍‌ ନିକଟସ୍ଥ ମେରାଇନ୍‌ ହୋଟେଲ ପାଖରେ ଆଜି ପୂର୍ବାହ୍ନରେ ଏକ ହାଇୱା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଗୁରୁତର ବ୍ୟକ୍ତି ଜଣକ ବୁରୋଭାଡ଼ି ନିବାସୀ ଗୁହାଲୁ ସୁନା(୩୦) ବୋଲି ସୂଚନା ମିଳିଛି । ତେବେ ବସ୍‌ ଧରିବା ପାଇଁ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଗୁହାଲୁଙ୍କୁ ହାଇୱା ଗାଡ଼ି ଧକ୍କା ଦେଇଥିବା କୁହାଯାଇଛି । ତେବେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଇଁତଲା ପୋଲିସ । ଅପରପକ୍ଷେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ଗୁହାଲୁ ତାଙ୍କ ଘରର ଏକମାତ୍ର ରୋଜଗାରିଆ ଅଟନ୍ତି । ତେଣୁ କରି ତାଙ୍କୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ପରିବାର ତଥା ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.

error: Content is protected !!