oom

ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବୀରେ ବିଜେପି ତରଫରୁ ତହସିଲ ଅଫିସ ସାମ୍ନାରେ ଧାରଣା ଓ ଦାବୀପତ୍ର ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବୀରେ ପଦ୍ମପୁର ବିଜେପି ପକ୍ଷରୁ ରାଜଜି ଟାଉନ ହଲ୍‌ରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା । ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରୀତେଶ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଧାରଣ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଯୋଗଦେଇ ରାଜ୍ୟ ସରକାର ଓ ଏଚଡିଏଫସି ଏଗ୍ରୋ କମ୍ପାନୀ ଓ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲଂବନ କରୁଥିବାରୁ ତୁରନ୍ତ ରଦ୍ଦ କରିବାକୁ କହିଥିଲେ । ପଦ୍ମପୁର ଅଞ୍ଚଳର ସମସ୍ତ ଚାଷୀମାନଙ୍କୁ ଯଥା ଶୀଘ୍ର ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ, କେନ୍ଦ୍ର ସରକାରରୁ ଆସୁଥିବା ଚାଷୀମାନଙ୍କ ପାଇଁ ପ୍ରର୍ଯ୍ୟାପ୍ତ ପରିମାଣରେ ସାର ଓ ବିହନକୁ ବ୍ୟବସାୟୀ ଓ ସରକାରୀ କର୍ମଚାରୀଙ୍କ ଅସାଧୁ ମେଣ୍ଟ ଯୋଗୁଁ ଚାଷୀମାନେ ଉପଯୁକ୍ତ ଦାମ ଏବଂ ସମୟରେ ପାଇ ପାରୁ ନାହାନ୍ତି, ଏହା ଉପରେ ଶୀଘ୍ର ପଦକ୍ଷେପ ଓ ପଦ୍ମପୁର ଅଞ୍ଚଳକୁ ସ୍ୱତନ୍ତ୍ର ପେକେଜ ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତସିଲଦରଙ୍କ ମାଧ୍ୟମରେ ଏକ ଚାରିଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା । ଯଥାଶୀଘ୍ର ଦାବୀ ପୂରଣ ନହେଲେ ବିଜେପି ଆଗାମୀ ଦିନରେ ଆହୁରି ତୀବ୍ରତର ଆନ୍ଦୋଳନ କରିବ ବୋଲି ବିଜେପି ବରିଷ୍ଠ ନେତାମାନେ ଚେତାବନୀ ଦେଇଥିଲେ । ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ବରିଷ୍ଠ ନେତା ଶ୍ରୀକାନ୍ତ ପାଣିଗ୍ରାହୀ, ଗୋବର୍ଦ୍ଧନ ଭୋଇ, ରାଜୁ ଘିବେଳ, ସୁନିଲ ଅଗ୍ରୱାଲ, ଅଶୋକ ମିଶ୍ର, ହରି ସିଂ, ନିରାକାର ବରିହା, କେତନ ମେହେର, ଭୀଷ୍ମଦେବ ସାହୁ, ସୌକିଲାଲ ସାହା, ପ୍ରମିଳା ମେହେର, ଜୋସ୍ନାରାଣୀ କର, ଚିନ୍ମୟ ପଣ୍ଡା, କୁନାଲ ପାଣିଗ୍ରାହୀ, ସୁମିତ ଘିବେଲା, ପ୍ରମୋଦ ମେହେର, ଦିନେଶ ସେଠ, ସୁନିଲ ବେହେରା, ଆଦିତ୍ୟ ରଥ, ସରୋଜ ମିଶ୍ର, ଦିବ୍ୟ ପଧାନ, ରସବିହାର ସାହୁ, ନରତମ ପଧାନ, ସୁବାସ ପାତ୍ର, ଜନକ ସାହୁ, ସୁଧାଂଶୁ ପଟେଲ, ସନ୍ତୋଷ ମେହେର ଓ ସମସ୍ତ ବରିଷ୍ଠ ଓ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସେହି ଝାରବନ୍ଧ ବିଜେପି ପକ୍ଷରୁ ବରିଷ୍ଠ ନେତା ଦୁର୍ଗାପ୍ରସାଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିବା ବେଳେ ହରିହର ସାହୁ, ମାନଭଞ୍ଜନ ମୁର୍ଦ୍ଦା, ସାମନ୍ତ ଶେଖର ମୁନା, ହରେକୃଷ୍ଣ ପଟେଲ, ଜୟ କୁମାର ନିଗମ, ମିଳନ ପାଣ୍ତେ, ତ୍ରିଲୋଚନ ସାହୁ, ସତ୍ୟମ ପ୍ରଧାନ, ଡା. ଲମ୍ବୋଦର ପଣ୍ତା, ମଦନ ମୋହନ ପଟେଲ, ଗରିବ ଭୋଇ, ଗଣେଶ ସାହୁ, ଚିନ୍ତାମଣି ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.