oom

ଡେଲାଙ୍ଗରେ ଜେଏମଏଫସି କୋର୍ଟ ପ୍ରତିଷ୍ଠା ପାଇଁ ଦାବୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ଜେଏମଏଫସି କୋର୍ଟ (ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ) ପ୍ରତିଷ୍ଠା ଦାବୀ ନେଇ ରବିବାର ହରିରାଜପୁର କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ବାସନ୍ତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବ୍ଲକ ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ବରିଷ୍ଠ ଆଇନଜୀବୀ ଦିଲ୍ଲୀପ ଛୋଟରାୟ, ସ୍ଥାନୀୟ ସରପଞ୍ଚ ରିନାରାଣୀ ରାଉତରାୟ, ପ୍ରାକ୍ତନ ସରପଞ୍ଚ ପ୍ରସନ୍ନ ମହାରଥୀ, ପ୍ରସନ୍ନ କୁମାର ଚମ୍ପତି, ଅନିଲ ଦଳେଇ, ବିଶ୍ଵନାଥ ପରିଡା ପ୍ରମୁଖ ଅଂଶଗ୍ରହଣ କରି ପିପିଲି ଅଦାଲତ ଅଧୀନରେ ଡେଲାଙ୍ଗ ଥାନା ଆଞ୍ଚର ହଜାର ହଜାର ମାମଲା ବିଚାରଧୀନ ରହିଥିବା ବେଳେ ଦିନକୁ ଦିନ ମାମଲା ବୃଦ୍ଧି ପାଉଛି । ଯାହାଫଳରେ ନ୍ୟାୟ ପାଇବା ପାଇଁ ଆଶାୟୀମାନଙ୍କୁ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସରଳ ଓ ସୁବିଧାରେ ନ୍ୟାୟ ପାଇବାକୁ ହେଲେ ଡେଲାଙ୍ଗରେ ଜେଏମଏଫସି କୋର୍ଟର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା । ଏଥିପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ପ୍ରମୁଖ ସାଶନ ସଚିବଙ୍କୁ ଅବଗତ କରାଯିବା ସହ ଆବଶ୍ୟକ ପଦକ୍ଷେପ ନେବାପାଇଁ ବୈଠକରେ ନିଷ୍ପତି ହୋଇଥିଲା ।

jittmm
Leave A Reply

Your email address will not be published.