ବରଗଡ଼ରେ ନିଆଁ ବଲାଙ୍ଗିରରେ ଧୂଆଁ : କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ ଦାବୀରେ ଏକ୍ ହେଉଛି ପଶ୍ଚିମ ଓଡ଼ିଶା

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବରଗଡ଼ ଜିଲ୍ଲାରେ କ୍ୟାନ୍‌ସର୍‌ ହସ୍ପିଟାଲ ସ୍ଥାପନ ଦାବୀ ଆନ୍ଦୋଳନ ତେଜିବାରେ ଲାଗିଛି ଓ ଏହି ଆନ୍ଦୋଳନ ଏବେ ସମଗ୍ର ପଶ୍ଚିମ ଓଡ଼ିଶାରେ ବ୍ୟାପୁଥିବା ଦେଖିବାକୁ ମିଲୁଛି । ଆଜି ଏହାର ପ୍ରଭାବ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଲିଛି । ବେଲପଡ଼ା କୋସଲ ସମନ୍ୱୟ ସମିତି ତରଫରୁ ଆଜି ବେଲପଡ଼ା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ବରଗଡ଼ କ୍ୟାନ୍‌ସର୍‌ ରୋଗର ଗଡ଼ ଭାବରେ ପରିଚିତ । ସମଗ୍ର ଭାରତ ବର୍ଷରେ ଦ୍ୱିତୀୟ ସର୍ବାଧିକ କ୍ୟାନ୍ସର୍‌ ରୋଗୀ ବରଗଡ଼ ଜିଲ୍ଲାର । ଏଣୁ ବରଗଡ଼ରେ ଏକ ଅତ୍ୟାଧୁନିକ କ୍ୟାନ୍‌ସର୍‌ ହସ୍ପିଟାଲ ନିହାତି ଆବଶ୍ୟକ ହେଇପଡ଼ିଛି । ସରକାର ପାତର ଅନ୍ତର ନ କରି ତୁରନ୍ତ ଏ ଦିଗରେ କାର୍ୟ କରନ୍ତୁ, ନଚେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଏକ ଓଡ଼ିଶା ବିରୋଧୀ ଜନ ଅସନେ୍‌ନ୍ତାଷ ଦେଖାଦେବ ଓ ସ୍ୱତନ୍ତ୍ର କୋସଲ ରାଜ୍ୟ ଆନେ୍‌ନ୍ଦାଳନ ତେଜିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି । ଆଜି କୋସଲ କମିଟିର ସଭାପତି ଜନାର୍ଦନ ସିଂ, ହରିଶ ବୁଡ଼େକ, ଲଲିତ ମୋହନ ରାଉତ, ଅଚ୍ୟୁତ ଖମାରୀ, ପ୍ରସାନ୍ତ ଦାଶ, ପ୍ରଦୀପ ବୁଡ଼େକ, ଲଲିତ ମୋହନ ବୁଡ଼େକ ପ୍ରମୁଖ ଦାବୀପତ୍ର ଦେବା ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.