କରୋନା ନିୟନ୍ତ୍ରଣ କମିଟିର ଜନ ସଚେତନତା ର‍୍ୟାଲି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ନବ ନିର୍ମିତ କରୋନା ନିୟନ୍ତ୍ରଣ କମିଟି ସହରରେ ଏକ କରୋନା ସଚେତନତା ର‍୍ୟାଲି କରିଛି । କମିଟିର ବିଭିନ୍ନ କର୍ମକର୍ତ୍ତା ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିର ସାମନାରେ ଏକଜୁଟ ହୋଇଥିଲେ । କରୋନାକୁ ନେଇ ସଚେତନ କରିବା ପାଇଁ ବିଭିନ୍ନ ପ୍ଲା କାର୍ଡ ଗୁଡିକ ଧରି ଏକ ବାଇକ ର‍୍ୟାଲିରେ ସାରା ସହର ପରିକ୍ରମଣ କରିଥିଲେ । ସହରର ବିଭିନ୍ନ ମୁଖ୍ୟ ଛକରେ କରୋନା ସଚେତନତା ପୁର୍ବକ ପ୍ଲା କାର୍ଡ ପ୍ରଦର୍ଶନ କରିବା ସହ ସଚେତନତା ନାରା ଦେଇଥିଲେ । ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲିଥିବା ବେଳେ ଅନେକେ ସହରବାସୀ ଏହି ମାହମାରୀର ଶିକାର ହୋଇ ସାରିଲେଣି । ସହରର ଅନେକ ଚିହ୍ନା ଅଚିହ୍ନା ମୁହଁ କରୋନା ସଂକ୍ରମଣରେ ନିଜର ଜୀବନ ହରାଇଥିବା ବେଳେ କିଛି ଘଟଣାରେ ସାରା ପରିବାର ସର୍ବଶ୍‌ଶ୍ୱାନ୍ତ ହେବାର ମଧ୍ୟ ନଜିର ରହିଛି । କରୋନା ମୁକାବିଲାରେ ସରକାର ଓ ପ୍ରଶାସନ ବିଫଳ ହୋଇôଥବା ବେଳେ ନିଜର ଧନଜୀବନ ବଞ୍ଚାଇବା ଦାୟିତ୍ୱ ଏବେ ଜନସାଧାରଣ ନିଜ ହାତକୁ ନେବାକୁ ହେବ । ପରିସ୍ଥିତିର ଆବଶ୍ୟକତା ଅନୁଯାୟୀ ସ୍ୱତଃ ପ୍ରବୃତ୍ତ ଭାବେ ବିଭିନ୍ନ କଠିଣ ନିଷ୍ପତ୍ତି ମଧ୍ୟ ଗ୍ରହଣ କରିବାକୁ ହେବ । କରୋନା ମହାମାରୀ ବିରୁଦ୍ଧରେ ଏହି ଲଢେଇରେ ସାରା ସମାଜ ଏକ ଲକ୍ଷ୍ୟ ନେଇ ଲଢିଲେ ଯାଇ କରୋନାରୁ ମୁକ୍ତି ମିଳିପାରିବ ବୋଲି କମିଟି ତରଫରୁ ଆହ୍ୱାନ କରାଯାଇଛି ।

Leave A Reply

Your email address will not be published.