ସମ୍ବଲପୁରରେ କରୋନା ସ୍ଥିତି ଭୟାବହ

ସମ୍ବଲପୁର, (ଦାମୋଦର ପଣ୍ଡା) : ଗତ ଏକ ସପ୍ତାହେ ହେଲା ପ୍ରତ୍ୟହ ସମ୍ବଲପୁର କୋଭିଡ଼୍‌ ଡାକ୍ତରଖାନାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ଶୁକ୍ରବାର ଜଣେ ହୋମିଓପାଥିକ ଡାକ୍ତରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି । ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୫ କୁହା ଯାଉଥିଲେ ମଧ୍ୟ ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ସଂଖ୍ୟା ୧୦୦ ରୁ ଅଧିକ । ଅପର ପକ୍ଷରେ ଶବ ନେବା ପାଇଁ ହସ୍ପିଟାଲ୍ ସାମ୍ନାରେ ନିଜ ଲୋକ ଥିଲେ ମଧ୍ୟ ସିଧା ରାଜଘାଟରେ ପ୍ରଶାସନ ଶବଦାହ କରୁଛି । ଯାହା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗତ ୨୪ ଘଣ୍ଟାରେ ୧୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.