om academy

ବିସ୍ଫୋରଣ ମୁହାଁ କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨୧୫, ବଲାଙ୍ଗିର ଜିଲ୍ଲାରେ ୨ ଶହରୁ ଅଧିକ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିସ୍ଫୋରଣ ମୁହାଁ ଏବେ କରୋନା ସଂକ୍ରମଣ । କ୍ରମାଗତ ଭାବେ ଦୁଇ ଦିନ ହେଲା ରାଜ୍ୟରେ ୬ ହଜାର ଉପରକୁ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬୦୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୬୧୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୭୩, ବାଲେଶ୍ୱରରୁ ୭୯, ବରଗଡ଼ରୁ ୨୬୮, ଭଦ୍ରକରୁ ୮୬, ବଲାଙ୍ଗିରରୁ ୨୧୧, ବୌଦ୍ଧରୁ ୨୦, କଟକରୁ ୩୮୩, ଦେବଗଡ଼ରୁ ୩୩, ଢେ଼ଙ୍କାନାଳରୁ ୧୬, ଗଜପତିରୁ ୪୭, ଗଂଜାମରୁ ୬୭, ଜଗତସିଂହପୁରରୁ ୬୨, ଯାଜପୁରରୁ ୮୫, ଝାରସୁଗୁଡ଼ାରୁ ୨୬୧, କଳାହାଣ୍ଡିରୁ ୬୮୨, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୪୧, କେଉଁଝରରୁ ୧୫୭, ଖୋର୍ଦ୍ଧାରୁ ୯୫୦, କୋରାପୁଟରୁ ୫୮, ମାଲକାନଗିରିରୁ ୨୧, ମୟୁରଭଂଜରୁ ୧୧୫, ନବରଂଗପୁରରୁ ୨୫୭, ନୟାଗଡ଼ରୁ ୮୨, ନୂଆପଡ଼ାରୁ ୪୪୬, ପୁରୀରୁ ୩୦୬, ରାୟଗଡ଼ାରୁ ୭୦, ସମ୍ବଲପୁରରୁ ୨୬୩, ସୋନପୁରରୁ ୬୫, ସୁନ୍ଦରଗଡ଼ରୁ ୬୮୪ ଓ ଷ୍ଟେଟ ପୁଲ୍‌ରୁ ୧୯୩ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧୧୭ ରହିଛି ।

Leave A Reply

Your email address will not be published.