କଳାହାଣ୍ଡିରେ କାୟାବିସ୍ତାର କରୁଛି କରୋନା

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡିରେ ବି କାୟାବିସ୍ତାର କରିବାରେ ଲାଗିଛି କରୋନା । ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରେସ୍‌ ନୋଟ୍‌ ଅନୁସାରେ ଆଜି ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ୍‌ ଅଂଚଳରେ ୭୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ରାତିରେ ଅଧିକ ୨୯ ଆକ୍ରାନ୍ତଙ୍କ ବିଷୟରେ ସୂଚନା ଆସିଥବଲା । ତେବେ ଗତ ୨୪ ଘଂଟାରେ ୧୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍‌ଟ୍ରାକ୍ଟ ଟ୍ରେସିଂ ଚାଲିଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୪୯୮ ପଜିଟିଭ୍‌ ବାହାରିଥିବା କୁହାଯାଇଛି ।

Leave A Reply

Your email address will not be published.