ls

୨୭ ତାରିଖ ଭାରତ ବନ୍ଦକୁ ବଲାଙ୍ଗିର ଜିଲ୍ଲା କଂଗ୍ରେସର ସମର୍ଥନ

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ୩ଗୋଟି କଳା କୃଷି ଆଇନ ପ୍ରତ୍ୟାହାର ଦାବୀରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆସନ୍ତା ତା.୨୭.୦୯.୨୦୨୧ଦିନ ଭାରତ ବନ୍ଦର ଡାକରା ଦିଆଯାଇଛି । ଏହି ବନ୍ଦକୁ ଭାରତୀୟ ଜାତୀୟ କଂଗ୍ରେସ ସମେତ ଦେଶର ୧୯ଗୋଟି ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଦେଉଛନ୍ତି । ତେଣୁ ରାଜ୍ୟରେ କଂଗ୍ରେସ ତରଫରୁ ପ୍ରତ୍ୟେକ ଜିଲ୍ଲାରେ ଏହି ବନ୍ଦକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ହୋଇଛି । କୃଷକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ଦଳ ସର୍ବାଦା ସଂଗ୍ରାମ କରିଆସିଛି । ଏଣୁ ଏହି ବନ୍ଦକୁ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା କିଶାନ କଂଗ୍ରେସ କମିଟି ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ କରିଛି ।

pc pk
Leave A Reply

Your email address will not be published.