+୨ ବାଣିଜ୍ୟ ଫଳାଫଳ : ଚୁଡ଼ାପାଲିର ଶିଖା ଅଗ୍ରୱାଲ ପାଇଲେ ୯୦.୩%

ଚୁଡ଼ାପାଲି, (ଅଶ୍ୱିନୀ କୁମାର ନାଏକ) : ଆଜି +୨ ବାଣିଜ୍ୟର ଫଳାଫଳ ପ୍ରକାଶ ପାଇଥିବା ବେଳେ ଚୁଡ଼ାପାଲିର ଶିଖା ଅଗ୍ରୱାଲ ୯୦.୩% ମାର୍କ ରଖିଛନ୍ତି । ତାଙ୍କ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ସେ ବରଗଡ଼ ବିକାଶରେ ଅଧ୍ୟୟନ କରୁଥିବା ବେଳେ ୬୦୦ ମାର୍କରୁ ୫୪୨ ମାର୍କ ରଖି ବରଗଡ଼ ବିକାଶରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସବୁଠାରୁ ଖୁସିର କଥା ଯେ, ସେ ଏକାଉଟେନ୍‌ସିରେ ୧୦୦ରୁ ୧୦୦ ମାର୍କ ରଖିଛନ୍ତି । ଆଗାମୀ ଦିନରେ ଜଣେ ଚାଟାଡର଼୍ ଏକାଉଣ୍ଟେଣ୍ଟ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି । ତାଙ୍କ ସଫଳତା ପାଇଁ ଛାତ୍ରୀ ଶିଖା ତାଙ୍କ ବାପା ବିପିନ ଅଗ୍ରୱାଲ ଏବଂ ମା’ ସୀମା ଅଗ୍ରୱାଲ ଓ ତାଙ୍କର ଅଧ୍ୟାପକ ଅଧ୍ୟାପିକାଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.