om academy

ସର୍ବଭାରତୀୟ ଛିନ୍ଦେଇକେଲା କପ ଉଦ୍‌ଘାଟିତ : ସେମିରେ ବଲାଙ୍ଗିର

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ମିନି ଷ୍ଟାଡିୟମରେ ଆୟୋଜିତ ୨୬ତମ ସର୍ବଭାରତୀୟ ଛିନ୍ଦେଇକେଲା କପ୍‌ ଆରମ୍ଭ ହୋଇଯାଇଛି । ଛିନ୍ଦେଇକେଲା ସରପଞ୍ଚ ରାମଚନ୍ଦ୍ର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପଦ୍ମପୁର ଓ ବଲାଙ୍ଗିର ମଧ୍ୟରେ ଉଦଘାଟନୀ ମ୍ୟାଚରେ ବଲାଙ୍ଗିର ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ନିକୁ ସିଂହଦେଓ ୫୮ ରନ, ଶୁଭମ କୁମାର ସାହୁ ୫୬ ରନ ଓ ମାନସ ମିଶ୍ର ୧୯ ରନ୍‌ ବଳରେ ୬ ଓ୍ବିକେଟ ହରାଇ ୧୮୩ ରନ୍‌ କରିଥିଲେ । ପଦ୍ମପୁରରୁ ସୋମେଶ ମାଝୀ ୨ ଓ୍ବେକେଟ, ଦୀପକ ଜୟପୁରିଆ, ହର ବେଣ୍ଟକାର ୧ ଓ୍ବେକେଟ ଅକ୍ତିଆର କରିଥିଲେ ।

ଦ୍ବିତୀୟ ଇନିଂସରେ ପଦ୍ମପୁରରୁ ଚିନ୍ମୟ ୪୭ ରନ, ବିକାଶ କୁମାର ୧୨ ରନ ବଳରେ ୧୪.୫ ବଳରେ ସମସ୍ତ ଓ୍ବେକେଟ ହରାଇ ବଲାଙ୍ଗିର ଠାରୁ ୯୫ ରନରେ ପରାଜିତ ହୋଇଥିଲେ । ଓସିଏ ଅମ୍ପାୟାର ଚୂଡାମଣି ପାଢୀ ଓ ବିକାଶ ମେହେର ଖେଳ ପରିଚାଳନା କରିଥିଲେ । ପ୍ରମୋଦ ଦାଶ ଓ ଋଷଭ ସାହୁ ସ୍କୋରର ଥିଲେ । ପତିତପାବନ ସାହୁ, ପ୍ରହ୍ଳାଲାଦ ଭୋଇ, ସୁନାଧର ଭୋଇ ଖେଳ ଧାରାବିବରଣୀ ଦେଇଥିଲେ । ପୁରସ୍କାର ବିତରଣରେ ଛିନ୍ଦେଇକେଲାର ଖାଡିଆ ସାହୁ ଅତିଥି ଭାବେ ଯୋଗ ବିଜୟୀ ଦଳର ନିକୁ ସିଂହଦେଓଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଦେଇ ପୁରସ୍କୃତ କରିଥିଲେ। ରୂପକ ସେଟ, ଗଜିନ ବରିହା, ନିକୁ ସାହୁ, ଧୀରେନ ଧରୁଆ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ବଗବହରା ଓ କଣ୍ଟାବାଞ୍ଜି ମଧ୍ୟରେ ମ୍ୟାଚ ହେବ ବୋଲି ଆୟୋଜକ କମିଟି ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ କହିଛନ୍ତି ।

Leave A Reply

Your email address will not be published.