lika

ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ଓ ପୁର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଆହ୍ଵାନ କ୍ରମେ ଦେଶରେ ବଢ଼ୁଥିବା ବେରୋଜଗାରୀ, ବେକାରୀ ସମସ୍ୟା ତଥା ପ୍ରଧାନମନ୍ତ୍ରୀଙ୍କ ଦେଶର ଯୁବବର୍ଗ ପ୍ରତି ଭୁଆଁବୁଲା ନୀତିକୁ ନେଇ ଆଜି ମୋଦିଜୀଙ୍କ ଜନ୍ମ ଦିନକୁ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ବେରୋଜଗାରୀ ଦିବସ ଭାବେ ପାଳନ କରାଯାଇଛି ।

ଏହି ଅବସରରେ କଚେରୀ ଛକ ଠାରେ ଏକ ଅଭିନବ ଢଙ୍ଗରେ ଚା ଓ ପକୁଡି ଷ୍ଟଲ ଖୋଲି ଲୋକଙ୍କୁ ମାଗଣାରେ ଖାଇବାକୁ ଦେଇ ରାଷ୍ଟ୍ରୀୟ ବେରୋଜଗାର ଦିବସକୁ ପାଳନ କରାଯାଇଛି ।

babaa
Leave A Reply

Your email address will not be published.