oom

୨୦୧୯-୨୦ ଖରିଫ ଫସଲ ବୀମା ପ୍ରଦାନ ନକଲେ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତର ଲଖମରା, ବାଦିକଟା,ଭେଙ୍ଗରାଜପୁର ଆଦି ଗ୍ରାମ ପଞ୍ଚାୟତର ଚାଷୀଙ୍କୁ ୨୦୧୯ – ୨୦ ବର୍ଷର ଖରିଫ ଫସଲ ବୀମା ପ୍ରଦାନ କରିବା ସମ୍ବନ୍ଧରେ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି । ତେଣୁ ବାଧ୍ୟ ହୋଇ ଆସନ୍ତା ୨୨ତାରିଖ ଦିନରେ ପଦ୍ମପୁର ନିକଟସ୍ଥ ଲଖମରା ଛକ ଠାରେ ରାସ୍ତା ଅବରୋଧ କରାଯିବ ବୋଲି ସର୍ବଶ୍ରୀ ପୁଷ୍କର ବରିହା, ତେଜରାଜ ମେହେର, ସଞ୍ଚୟ ମହାପାତ୍ର, ବିଶ୍ୱନାଥ ରଣା, ଦିଲ୍ଲୀପ ପ୍ରଧାନ, କୈଲାସ ଚନ୍ଦ୍ର ବାରିକ, ମୁକ୍ତେଶ୍ୱର ପଟେଲ ପ୍ରମୁଖ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.