
ବରଗଡ, (ମୁନ୍ନା ସାହୁ) : ମଙ୍ଗଳବାର ଦିବା ୧୧ଟା ସମୟରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଚଳିତ ରବିଋତୁରେ ଧାନ ଫସଲ ଭଲ ହୋଇଥିବା ବେଳେ ବିଭିନ୍ନ ବ୍ଲକର ଅନେକ ଗ୍ରାମରେ ଧାନ ଚାଷରେ ରୋଗ, ପୋକ ଏବଂ ବିଭିନ୍ନ କାରଣରୁ ଶୁଖିଲା ଧାନ ଖେଡ ବାହାରଛି । କେତେକ ଜମିରେ ଗଣ୍ଠିପୋକ ଲାଗିଥିବା ବେଳେ କେତେକ ଜମିରେ ଜଳବାୟୁ କାରଣରୁ ଏମିତି ହୋଇଥିବା ଜଣାପଡୁଛି । ଚାଷୀ ଔଷଧ ଦେଲେ ମଧ୍ୟ ନିୟନ୍ତ୍ରଣ ହେଇପାରୁନାହିଁ । ବିଭାଗୀୟ ଅଧିକାରୀମାନେ ଠିକ ପରାମର୍ଶ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି । ଏଣୁ ଯେଉଁ ମାନଙ୍କର ୩୩%ରୁ ଅଧିକ ଧାନ ଫସଲ ନଷ୍ଟ ହୋଇଛି, ସେମାନଙ୍କୁ ସବ୍ସିଡ଼ି କ୍ଷିତିପୂରଣ ଏବଂ ଫସଲ ବୀମା ଦେବା ପାଇଁ ଅନୁରୋଧ କରାଯାଇଛି ।