ଟ୍ରକ ଧକ୍କାରେ ସ୍କୁଟି ଚାଳକ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟ ଛକରେ ଏକ ସ୍କୁଟିକୁ ଟ୍ରକ ଧକ୍କା ଦେବାରୁ ଜଣେ ମହିଳା ଗୁରୁତର ହୋଇଛନ୍ତି । ମହିଳା ଜଣକ ସହରର ବାଜିଚୌକ ଅଞ୍ଚଳର ସ୍ୱାଗତିକା ମହାନ୍ତି । ସେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀ ରୂପେ କାର୍ଯ୍ୟରତ । ସୂଚନାଯୋଗ୍ୟ ଯେ, ସ୍ୱାଗତିକା ସ୍କୁଟି ଯୋଗେ ମହିଷାପାଟ ଅଞ୍ଚଳ ଜାତୀୟ ରାଜପଥ ଅତିକ୍ରମ କରୁଥିବା ସମୟରେ ତାଙ୍କ ସ୍କୁଟିକୁ ଏକ ଟ୍ରକ ଧକ୍କା ଦେଇଥିଲା । ଏହାପରେ ସ୍ୱାଗତିକାଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସ୍ୱାଗତିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ଜନସାଧରଣରେ ଉତ୍ତେଜନା ଦେଖା ଦେଇଥିଲା । ମହିଷାପାଟ ଛକରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରି ରାସ୍ତାର ଉଭୟ ପଟେ ଶହ ଶହ ସଂଖ୍ୟାର ଗାଡି ଛିଡା ହୋଇ ରହିଥିଲା । ଦୁର୍ଘଟଣା ସ୍ଥଳରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସହିତ ଗୁରୁତର ମହିଳାଙ୍କୁ କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ । ଘଟଣାସ୍ଥଳକୁ ଟାଉନ ପୋଲିସ ପହଁଚି ଦୁର୍ଘଟଣା ଘଟିଥିବା ଟ୍ରକକୁ ଜବତ କରିଥିବାବେଳେ ଟ୍ରକ ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି । ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ ବୁଝାସୁଝା କରିବା ପରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧରୁ ହଟିଥିଲେ ।

Leave A Reply

Your email address will not be published.