ପଶ୍ଚିମ ଓଡିଶା କୃଷକ ସମ‌ନ୍ୱୟ ସମିତି ସମିତି ଓ ସୁବର୍ଣ୍ଣପୁର ଜିଲ୍ଲା କୃଷକ ସମ‌ନ୍ୱୟ ସମିତି ପକ୍ଷରୁ ଚକାଜାମ୍

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୋଦି ସରକାରଙ୍କ ପାରିତ ୩ଟି କୃଷି ବିଲକୁ ପ୍ରତ୍ୟାହାରକୁ ନେଇ ଭାରତୀୟ କୃଷକ ମହାସଂଘ ଡାକରାରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ୩ଘଣ୍ଟିଆ ଚକାଜାମ୍ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତି ସମିତି ଓ ସୁବର୍ଣ୍ଣପୁର ଜିଲ୍ଲା କୃଷକ ସମନ୍ବୟ ସମିତି ପକ୍ଷରୁ ଜିଲ୍ଲା ସଦର ମହକୁମାର ଭୀମଭୋଇ ଛକରେ ଏହି ଚକାଜାମ୍ ଆନ୍ଦୋଳନ ହୋଇଥିବାବେଳେ ଆନ୍ଦୋଳନରତ ଚାଷୀଙ୍କ ଦ୍ବାରା ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଦିନ ୧୨ଟାରୁ ୩ଟା ଯାଏଁ ଚକାଜାମ ଆରମ୍ଭ ହୋଇଛି । ଚକାଜାମ୍ ଯୋଗୁଁ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ୫୭ ସହ ସୁବର୍ଣ୍ଣପୁରରୁ ସମ୍ବଲପୁର, ବରଗଡ, ରେଢାଖୋଲ, ବୌଦ୍ଧ ପ୍ରଭୃତି ସ୍ଥାନକୁ ଯାନବାହାନ ଚଳାଚଳ ବନ୍ଦ ରହିଛି । କେନ୍ଦ୍ର ସରକାରର ୩ଟି କଳା କୃଷି ଆଇନ ପ୍ରତ୍ୟାହାର ସହ ଏମ୍.ଏସ୍.ପିକୁ ଆଇନଗତ ମାନ୍ୟତା ଦାବିରେ ଦେଶବ୍ୟାପି ଆନ୍ଦୋଳନ ଚାଲିଥିବାବେଳେ ଦାବି ହାସଲ ପର୍ୟ୍ୟନ୍ତ କୃଷକ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା କୃଷକ ସଂଗଠନର ସଭାପତି ବୈକୁଣ୍ଠ ଶତପଥି କହିଛନ୍ତି ।

Leave A Reply

Your email address will not be published.