ନିଆଁ ଏବେ ଜଙ୍ଗଲ ମୁହାଁ : ବୌଦ୍ଧ ବନ ବିଭାଗ ନାକେଦମ

ବୌଦ୍ଧ, (ର‌ଞ୍ଜୁ ଅମାତ) : ବୌଦ୍ଧ ଜିଲ୍ଲାର ବନପାହାଡ଼ ଘେରା ଅଞ୍ଚଳରେ ଏବେ ନିଆଁର ରାଜକତା । ଦୀର୍ଘ ୨୦-୨୫ ଦିନ ହେବ ଶହ ଶହ ହେକ୍ଟର ଜଙ୍ଗଲ ପାହାଡ଼ରେ ଅସାମାଜିକ ଲୋକ ନିଆଁ ଲଗାଇ ଦେଉଥବାରୁ ମୂଲ୍ୟବାନ ଗଛ ପୋଡିଯିବା ସହ ବନ୍ୟଜନ୍ତୁ ମାନେ ମଧ୍ୟ ଜୀବନ ବିକଳରେ ଗ୍ରାମଭିମୁଖୀ ହେଉଥିବା ବେଳେ କେତକଙ୍କ ପ୍ରାଣହାଣୀ ଘଟୁଛି । ଏସବୁକୁ ରୋକିବା ପାଇଁ ଜଙ୍ଗଲ ବିଭାଗ ଅନବରତ ଚେଷ୍ଟା କରୁଥଲେ ମଧ୍ୟ ସଚେତନତା ଅଭାବରୁ ହୋଇପାରୁନଥିବା ଦେଖିବାକୁ ମିଳୁଛି । ବିଭାଗ ପକ୍ଷରୁ ଅନେକ ଜଙ୍ଗଲରେ ବିଭାଗୀୟ କର୍ମଚାରୀ ନିଆଁ ଲିଭା କାମରେ ଲାଗିପଡୁଛନ୍ତି । ଜିଲାର ସଚେତନ ନାଗରିକ ମଧ୍ୟ ନିଆଲିଭାରେ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ନିଆଁ ଲଗାଉଥିବା ଅସାଧୁ ମାନଙ୍କ ଉପରେ ଦୃଢ଼କାର୍ୟ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.